ପ୍ରଥମଥର ପାଇଁ ବିଧାୟକ ହୋଇଥିବା କିରଣ ସିଂହଦେଓଙ୍କୁ ବିଜେପି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଦଳ ପକ୍ଷରୁ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଅରୁଣ ସାଓ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ କାମ କରୁଥିଲେ।
ନିକଟରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଏହାପରେ ଅରୁଣ ସାଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ସିଂହଦେଓଙ୍କୁ ବିଜେପିର ରାଜ୍ୟ ମୁଖ୍ୟ କରିଛି।
Also Read
ସିଂହଦେଓ ଜଗଦଲପୁରରୁ ବିଧାୟକ ହୋଇଛନ୍ତି। ବସ୍ତର ରିଜନର ଏକମାତ୍ର ଅସଂରକ୍ଷିତ ଆସନ ହେଉଛି ଜଗଦଲପୁର। ୬୧ ବର୍ଷୀୟ ସିଂହଦେଓ ଜଗଦଲପୁର ପୌରପାଳିକାର ମେୟର ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ। ସେ ଦଶନ୍ଧି ଦଶନ୍ଧି ଧରି ବିଜେପିର ସାଂଗଠନିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି।
ତାଙ୍କର ନିଷ୍ଠା ଓ ପରିଶ୍ରମକୁ ଦେଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଜମିଦାର ପରିବାରରୁ ଆସିଥିବା ସିଂହଦେଓ ଜଣେ ତୃଣମୂଳସ୍ତରର ନେତା ଭାବେ ବେଶ ପରିଚିତ। ସେ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଆସିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ବାଣ୍ଟିଛନ୍ତି ପୂର୍ବତନ ବିଜେଡି ସାଂସଦ। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।
Politics
‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି
ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।
Politics
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Politics
ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।
Politics
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି
ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ।