Advertisment

ନୂଆ ବିଧାୟକ କିରଣ ସିଂହଦେଓ ହେଲେ ଛତିଶଗଡ଼ ବିଜେପି ମୁଖ୍ୟ

ନିକଟରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଏହାପରେ ଅରୁଣ ସାଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ସିଂହଦେଓଙ୍କୁ ବିଜେପିର ରାଜ୍ୟ ମୁଖ୍ୟ କରିଛି।

BJP

BJP

Advertisment

ପ୍ରଥମଥର ପାଇଁ ବିଧାୟକ ହୋଇଥିବା କିରଣ ସିଂହଦେଓଙ୍କୁ ବିଜେପି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଦଳ ପକ୍ଷରୁ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଅରୁଣ ସାଓ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ କାମ କରୁଥିଲେ।

Advertisment

ନିକଟରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଏହାପରେ ଅରୁଣ ସାଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ସିଂହଦେଓଙ୍କୁ ବିଜେପିର ରାଜ୍ୟ ମୁଖ୍ୟ କରିଛି।

ସିଂହଦେଓ ଜଗଦଲପୁରରୁ ବିଧାୟକ ହୋଇଛନ୍ତି। ବସ୍ତର ରିଜନର ଏକମାତ୍ର ଅସଂରକ୍ଷିତ ଆସନ ହେଉଛି ଜଗଦଲପୁର। ୬୧ ବର୍ଷୀୟ ସିଂହଦେଓ ଜଗଦଲପୁର ପୌରପାଳିକାର ମେୟର ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ। ସେ ଦଶନ୍ଧି ଦଶନ୍ଧି ଧରି ବିଜେପିର ସାଂଗଠନିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି।

Advertisment

ତାଙ୍କର ନିଷ୍ଠା ଓ ପରିଶ୍ରମକୁ ଦେଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଜମିଦାର ପରିବାରରୁ ଆସିଥିବା ସିଂହଦେଓ ଜଣେ ତୃଣମୂଳସ୍ତରର ନେତା ଭାବେ ବେଶ ପରିଚିତ। ସେ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଆସିଛନ୍ତି। 

Chhattisgarh Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe