Advertisment

ମନ୍ତ୍ରୀ ପଦ ଗଲା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରୋହିତ ପୂଜାରୀ

ମନ୍ତ୍ରୀ ପଦରେ ଥିବା ସମୟରେ ରେଢାଖୋଲ ପାଇଁ ଯାହା କରିବାକୁ ଚାହୁଁଥିଲି, ତାହା କରିଛି। ମୁଁ ଚେଷ୍ଟା କରିଥିଲି କିସିଣ୍ଡା, ବଡ଼ମାଲ ଓ ପଡ଼ିଆବାହାଲରେ ଗୋଟିଏ ଲେଖାଏଁ +୩ କଲେଜ କରିବା ପାଇଁ। ସେଥିପାଇଁ ବିଶେଷ ଭାବେ ଅନୁରୋଧ ମଧ୍ୟ ଦେଇଥିଲି।

ଅଦ୍ୟତନ ହୋଇଛି
Rohit Pujari

Rohit Pujari

Advertisment

ଏମିତି କେଉଁ ଶକ୍ତି ନାହିଁ ମତେ ଅଟକାଇବ। ମୁଁ ମଲା ପର୍ଯ୍ୟନ୍ତ ରେଢ଼ାଖୋଲ ସହ ରହିଛି, ଆଉ ରହିବି। ମନ୍ତ୍ରୀ ପଦ ଗଲା ପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲି ଏମିତି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ।

Advertisment

ରେଢ଼ାଖୋଲ କଦଳୀଗଡ଼ରେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋହିତ ପୂଜାରୀ। ଆଉ କହିଥିଲେ, ମନ୍ତ୍ରୀପଦ ଗଲା ବୋଲି ମୋର ଦୁଃଖ ନାହିଁ। ମୁଁ କମ୍‌ ସମୟ ପାଇଁ ରହିଥିଲେ ମଧ୍ୟ ଢେର କିଛି କରିଛି। ବୋଧେ ଆଉ ଟିକେ ଅଧିକ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଖୁସି ହୋଇଥାଆନ୍ତେ ବୋଲି କହିଛନ୍ତି ରୋହିତ।

ସେହିଛନ୍ତି, ମନ୍ତ୍ରୀ ପଦରେ ଥିବା ସମୟରେ ରେଢାଖୋଲ ପାଇଁ ଯାହା କରିବାକୁ ଚାହୁଁଥିଲି, ତାହା କରିଛି। ମୁଁ ଚେଷ୍ଟା କରିଥିଲି କିସିଣ୍ଡା, ବଡ଼ମାଲ ଓ ପଡ଼ିଆବାହାଲରେ ଗୋଟିଏ ଲେଖାଏଁ +୩ କଲେଜ କରିବା ପାଇଁ। ସେଥିପାଇଁ ବିଶେଷ ଭାବେ ଅନୁରୋଧ ମଧ୍ୟ ଦେଇଥିଲି। ଆଉ କିଛି ଦିନ ମନ୍ତ୍ରୀ ପଦରେ ରହିଥିଲେ ସେହି ୩ଟି ସ୍ଥାନରେ କଲେଜ କରିଦେଇଥାଆନ୍ତି। ସେଇଟା ମୋର ବଡ଼ ଦୁଃଖ। ଆଗକୁ ବିଧାୟକ ଭାବେ ସେଥିପ୍ରତି ଉଦ୍ୟମ କରିବି ବୋଲି ପୂଜାରୀ କହିଛନ୍ତି।

Advertisment

ରୋହିତ ପୂଜାରୀ ଆହୁରି କହିଛନ୍ତି, ଆଜି କିଛି ରାଜନୈତିକ ଦଳ ଭୁଅଁ ବୁଲାଇ ୟୁଏସ୍‌, କଶ୍ମୀର ଓ ପାକିସ୍ତାନ କଥା କହୁଛନ୍ତି। ହେଲେ ସେମାନେ ରେଢାଖୋଲ ପାଇଁ କ’ଣ କରିଛନ୍ତି? ପିଲାଙ୍କ ପାଇଁ କ’ଣ କରିଛନ୍ତି? ସେ ବିଷୟରେ କିଛି କହୁନାହାନ୍ତି। ମୁଁ ଚାହିଥିଲି ଏଠାରେ ଗୋଟିଏ ଏମ୍‌ଏସ୍‌ଏମଇ ପାର୍କ ହେଉ। ହେଲେ କିଛି ଲୋକ ବିରୋଧ କରିଥିଲେ। ସ୍ଥାନୀୟ ଲୋକ ଚାହୁଁନଥିବାରୁ ତାହା ହେଲା ନାହିଁ। ମୋର ବଳ ହେଉଛନ୍ତି ଆପଣମାନେ(ରେଢାଖୋଲବାସୀ)। ମୋତେ ଆପଣମାନେ ଯେତେବଳ ଦେବେ, ସେତେ ସ୍ପଡ୍‌ରେ ମୁଁ ଦୌଡିବି। ଆପଣ(ରେଢାଖୋଲବାସୀ) ସହଯୋଗ ନରହିଲେ ମୁଁ ହୀରୋରୁ ଜିରୋ ହେବାକୁ ବେଶୀ ସମୟ ଲାଗିବନାହିଁ। ମୁଁ ଆପଣମାନଙ୍କ ସହିତ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

BjD Bjd Leader Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe