Advertisment

କଂଗ୍ରେସରୁ ୫ ପଦାଧିକାରୀ ବହିଷ୍କୃତ

ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

author-image
Jitendra Garnayak
Sarat Patnaik

Sarat Patnaik

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ଜଣ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇଛନ୍ତି। ଏ ସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ମଧ୍ୟ ଅବଗତ କରାଯାଇଛି।

Advertisment

ବହିଷ୍କୃତ ହୋଇଥିବା କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ହେଉଛନ୍ତି- ପ୍ରକାଶ ମିଶ୍ର (ଓପିସିସିର ସାଧାରଣ ସଂପାଦକ), ଶ୍ରୀୟାସ୍ମିତା ପଣ୍ଡା (ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସଂପାଦକ), ସନ୍ଦୀପ ରାଉତରାୟ (ଏନ୍‌ଏସ୍‌ୟୁଆଇ ସଂପାଦକ), ଅମରେଶ ପରିଡ଼ା ( ଯୁବ କଂଗ୍ରେସ, ରାଜ୍ୟ ସଂପାଦକ) ଓ ଆର୍ଯ୍ୟନ ସାସମଲ (ଏନ୍‌ଏସ୍‌ୟୁଆଇ, ରାଜ୍ୟ ସଂପାଦକ)।

ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ତାଙ୍କ ଚାମ୍ବରରେ ବସିଥିବା ବେଳେ ତାଙ୍କ ଉପରକୁ କାଳିମାଡ଼ କରାଯାଇଥିଲା। ବହିଷ୍କୃତ ହୋଇଥିବା ଉପରୋକ୍ତ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହିତ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ସେଥିପାଇଁ ପିସିସି ସଭାପତି ସେମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି।

Advertisment
Congress Opcc PCC President