ଯୁବ ଭୋଟରଙ୍କୁ ଥୋପ: ସବୁ ପଂଚାୟତକୁ ମିଳିବ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପଂଚାୟତ ଓ ସହରାଂଚଳର ପ୍ରାୟ ୮ହଜାର ବିଜୁ ଯୁବ ବାହିନୀକୁ ୫୦ହଜାର ଟଙ୍କା ଲେଖାଏଁ କ୍ରୀଡ଼ା ସାମଗ୍ରୀ ବାଂଟିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁରୂପ ପଦକ୍ଷେପ ନେଇଛନ୍ତି ।

cm naveen patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ଫାଇଲ୍‌ ଫଟୋ)

Ordigital Desk
  • Published: Saturday, 22 July 2023
  • Updated: 22 July 2023, 10:40 PM IST

Sports

Latest News

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପଂଚାୟତ ଓ ସହରାଂଚଳର ପ୍ରାୟ ୮ହଜାର ବିଜୁ ଯୁବ ବାହିନୀକୁ ୫୦ହଜାର ଟଙ୍କା ଲେଖାଏଁ କ୍ରୀଡ଼ା ସାମଗ୍ରୀ ବାଂଟିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁରୂପ ପଦକ୍ଷେପ ନେଇଛନ୍ତି । ପ୍ରତି ପଂଚାୟତକୁ କ୍ରୀଡ଼ା ଓ ଜିମ୍ ଉପକରଣ  ପାଇଁ ୨.୫୦ଲକ୍ଷ ଟଙ୍କା ଦିଆଯିବ । ‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଏହି ଅର୍ଥ ପଂଚାୟତକୁ ଯୋଗାଇ ଦିଆଯିବ । କ୍ରୀଡ଼ା ବିଭାଗର ସୁପାରିଶ ଆଧାରରେ ପଂଚାୟତିରାଜ ବିଭାଗ ଗତ ୨ଦିନ ତଳେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛି ।  ଏହି କ୍ରୀଡ଼ା ଓ ଜିମ୍ ଉପକରଣ ବାଂଟି ଶାସକ ବିଜେଡି ରାଜ୍ୟର ଛାତ୍ର ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଛି ।

ସୂଚନା ଅନୁସାରେ, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ସଚିବ ଆର ଭିନିଲକ୍ରିଷ୍ଣା ଚଳିତମାସ ୧୯ତାରିଖରେ ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସୁଶୀଲ କୁମାର ଲୋହାନୀଙ୍କୁ ଚିଠି ଲେଖି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୁବବର୍ଗଙ୍କ ପାଇଁ କ୍ରୀଡ଼ା ସୁବିଧାର ବିକାଶ ଓ କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ପଂଚାୟତସ୍ତରରେ ଯୁବବର୍ଗଙ୍କୁ କ୍ରୀଡ଼ା ଉପକରଣ ଦେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଉନ୍ନତମାନର କ୍ରୀଡ଼ା ଉପକରଣ ମାଧ୍ୟମରେ ଯୁବବର୍ଗଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ଓ ସେମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରାଯାଇପାରିବ । ସେଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ମୋଟ ୨୩ଟି କ୍ରୀଡ଼ାର ବିଭିନ୍ନ ଉପକରଣ ଓ ଗୋଟିଏ ଜିମ୍ କିଟ୍ ପ୍ରଦାନ ନିମନ୍ତେ ତାଲିକା ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ଯୁବବର୍ଗଙ୍କ ମଧ୍ୟରେ ଭିନ୍ନ ଭିନ୍ନ କ୍ରୀଡ଼ାର ଚାହିଦା ଥିବାରୁ ଏହି ତାଲିକା ମଧ୍ୟରୁ ସେମାନଙ୍କୁ ଆବଶ୍ୟକ ଉପକରଣ ଦେବା ନିମନ୍ତେ ପଂଚାୟତସ୍ତରରେ ଏହି କ୍ରୀଡ଼ା ଉପକରଣ କ୍ରୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଉପରେ ତତ୍କାଳ ପଦକ୍ଷେପ ନେଇ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଅରବିନ୍ଦ ଡାକୁଆ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଚିଠି ଲେଖି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଏହି କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ପ୍ରତି ପଂଚାୟତ ପିଛା ଅଢ଼େଇ ଲକ୍ଷ ଟଙ୍କା ଆବଂଟନର ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ କହିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ରାଜ୍ୟ ସରକାର ‘ବିଜୁ ଯୁବ ବାହିନୀ’ ନାଁରେ ନୂଆ ଯୋଜନା କାର୍ଯ୍ୟକାରୀ କରି ସମଗ୍ର ରାଜ୍ୟରେ ପ୍ରାୟ ୮ହଜାର ବିଜୁ ଯୁବ ବାହିନୀ ୟୁନିଟ୍ ଗଠନ କରିଥିଲେ । ଯେଉଁଥିରେ ୧୫ରୁ ୩୫ବର୍ଷ ବୟସର ପ୍ରାୟ ୨.୮୦ଲକ୍ଷ ଯୁବକଯୁବତୀ ସଦସ୍ୟ ରହିଥିଲେ । ଆଉ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଜୁ ଯୁବ ବାହିନୀକୁ ୫୦ହଜାର ଟଙ୍କାର କ୍ରୀଡ଼ା ସାମଗ୍ରୀ ପ୍ରଦାନ କରିଥିଲେ । ନିର୍ବାଚନ ପରେ ସେହି ଯୋଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ବିଜୁ ଯୁବ ବାହିନୀ ଅସ୍ତିତ୍ୱ ହରାଇଥିଲା ଆଉ ସେହି କ୍ରୀଡ଼ା ସାମଗ୍ରୀ ବି କାହା ପାଖରେ ରହିଲା ତାହା କେହି ଜାଣିପାରିଲେ ନାହିଁ । ଆଉ ସବୁ ଯୁବ ବାହିନୀ ସଦସ୍ୟମାନେ ବିଜେଡି ସମର୍ଥିତ ଥିଲେ । ଏବେ ରାଜ୍ୟ ସରକାର ଅନୁରୂପ ଭାବେ ପ୍ରତି ପଂଚାୟତକୁ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ ବାଂଟିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଏହି କ୍ରୀଡ଼ା ଉପକରଣକୁ ପଂଚାୟତସ୍ତରରେ  ରକ୍ଷଣାବେକ୍ଷଣ ପାଇଁ  ଯଦି ସରକାର ଆବଶ୍ୟକ ଗାଇଡଲାଇନ୍ ପ୍ରସ୍ତୁତ ନକରିବେ ତା’ହେଲେ ବିଜୁ ଯୁବ ବାହିନୀକୁ ବଂଟା ଯାଇଥିବା କ୍ରୀଡ଼ା ଉପକରଣ ଭଳି ଅନୁରୂପ ସ୍ଥିତି ଉପୁଜିବ । ଆଉ ରାଜ୍ୟ ରାଜକୋଷ ଅର୍ଥ କେବଳ ପାଣିରେ ପଡ଼ିବା ସାର ହେବ ।

ସୂଚନାଯୋଗ୍ୟ,ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ ଅଢ଼େଇ ଲକ୍ଷ ଓ ସର୍ବାଧିକ ୧୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ପ୍ରତି ପଂଚାୟତରେ ସର୍ବାଧିକ ୨୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିବ । ଏହି ଯୋଜନାରେ ଗାଁ ରାସ୍ତା, କଂକ୍ରିଟ ରୋଡ୍ , ପୋଖରୀ ଖନନ, ଗାର୍ଡ ୱାଲ,  ଗାଁ ପାର୍କ, ପ୍ରୋସେସିଂ ୟୁନିଟ୍ ପାଇଁ ମେସିନ୍ , ସୌନ୍ଦର୍ଯ୍ୟକରଣ, ୱାଲ ପେଣ୍ଟିଂ, ଆମ ଗାଁ ଆମ ବିକାଶର ଅସମ୍ପୂର୍ଣ୍ଣ କାର୍ଯ୍ୟ , କ୍ରୀଡ଼ା ଗ୍ୟାଲେରୀ, ପାଚେରୀ, ମନ୍ଦିର/ଚର୍ଚ୍ଚ ନାଁ ଲେଖିବା, ଭାଗବତ ଟୁଙ୍ଗୀ ଆଦି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପଂଚାୟତିରାଜ ବିଭାଗ ତା’ର ଗାଇଡଲାଇନରେ ଉଲ୍ଲେଖ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story