Advertisment

'ଓଡ଼ିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ପଦ୍ମ ଫୁଟିବ'

'ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ମୁଖ୍ୟମନ୍ତ୍ରୀ ପଦରେ ବସିବେ।'

author-image
Manoj Swain

ଗଞ୍ଜାମ ପରେ ନବରଙ୍ଗପୁରରେ ବି ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାୱାରଫୁଲ୍‌ ଶୋ’ । ଏଠାରେ ବି ଜନସଭାକୁ ସମ୍ବୋଧନ କରି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଲେ, ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ, ସେ ହେବେ ମୁଖ୍ୟମନ୍ତ୍ରୀ। ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ଏହି ପଦରେ ବସିବେ। ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ହେବ। 

Advertisment
PM Modi Bjp Odisha