ପାଇକ ମାଟିର ଲୋକଙ୍କୁ ରାଜୁ କହିଲେ ଚରଣ ଚୁଟିଆ | Odisha Reporter
Advertisment
ଖୋର୍ଦ୍ଧା ମାଟି ହେଉଛି ବୀରଙ୍କ ମାଟି। ଏ ମାଟି କେତେ ରକ୍ତ ରଞ୍ଜିତ ହୋଇଛି, ତାହାର ହିସାବ କାହା ପାଖରେ ନାହିଁ। ହେଲେ ରାଜନୀତିରେ ଅନ୍ଧ ହୋଇ ନିଜକୁ ପାଇକ ପୁଅ ବୋଲି କହୁଥିବା ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଆତି ତଳସ୍ତରକୁ ଖସି ଯାଇଛନ୍ତି। ଆଉ ଖୋର୍ଦ୍ଧାବାସୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କୁ ବିଶ୍ୱସ କରିହେବନି। ଯାହାକୁ ବିଶ୍ୱାସ କରୁଥିବ, ଯାହାକୁ ସାଙ୍ଗରେ ଧରି ବୁଲୁଥିବ ସିଏ ତୁମ ପଛ ପଟେ ଛୁରା ମାରିବ ବୋଲି ଖୋଲା ମଞ୍ଚରେ କହିଛନ୍ତି ରାଜେନ୍ଦ୍ର ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us