Advertisment

ଟିକେଟ ନ ମିଳିବାରୁ କାନ୍ଦିଲେ ବିଜେପିର ପୂର୍ବତନ ବିଧାୟକ, ଭିଡିଓ ଭାଇରାଲ୍‌

ଅକ୍ଟୋବର ୫ରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

author-image
Hemant Lenka
BJP

BJP

ଇଣ୍ଟରଭ୍ୟୁ ବେଳେ କାନ୍ଦିଲେ ବିଜେପିର ପୂର୍ବତନ ବିଧାୟକ ଶଶି ରଞ୍ଜନ ପାରମର। ଦଳ ତାଙ୍କୁ ଚଳିତ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି। ପାରମର ଭିୱାନି ଓ ତୋଶାମ ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇବା ଆଶାରେ ଥିଲେ।

Advertisment

କିନ୍ତୁ ବିଜେପି ତାଙ୍କୁ କୌଣସି ସ୍ଥାନରୁ ବି ପ୍ରାର୍ଥୀ କରିନାହିଁ। କାହିଁକି ତାଙ୍କୁ ଦଳ ପ୍ରାର୍ଥୀ କଲା ନାହିଁ ପ୍ରଶ୍ନ କରାଯିବାରୁ ସେ କାନ୍ଦି ପକାଇଛନ୍ତି। ଏଥିସହ ସେ ଏବେ କ’ଣ କରିବେ ବୋଲି ମଧ୍ୟ ଓଲଟା ପ୍ରଶ୍ନ କରିଛନ୍ତି ।

ସେ କାନ୍ଦି କାନ୍ଦି କହିଛନ୍ତି, “ମୁଁ ଭାବିଥିଲି ଯେ ମୋ ନାଁ ନିଶ୍ଚିତ ଭାବେ ପ୍ରାର୍ଥୀ ତାଲିକାରେ ଥିବ। ଏବେ ମୁଁ କ’ଣ କରିବି? ମୁଁ ଅସହାୟ ହୋଇ ପଡ଼ିଛି। କାରଣ ମୁଁ ପ୍ରାର୍ଥୀ ହେଉଛି ବୋଲି ଲୋକଙ୍କୁ କହି ସାରିଥିଲି। ଏବେ ସେମାନଙ୍କୁ ମୁଁ କେମିତି ସାମ୍ନା କରିବି?”

Advertisment

ଅକ୍ଟୋବର ୫ରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରଥମ ପର୍ଯ୍ୟାୟରେ ୬୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଅନେକ ବରିଷ୍ଠ ନେତାଙ୍କ ଟିକେଟ କାଟି ଦେଇଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଟିକେଟ ନ ମିଳିବାରୁ ରାନିଆ ବିଧାୟକ ରଣଜୀ ଚୌତାଲା ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଚୌତାଲାଙ୍କ ବ୍ୟତୀତ ଆହୁରି ଅନେକ ବିଧାୟକ, ନେତା ଓ ପୂର୍ବତନ ମନ୍ତ୍ରୀ ପଦ ବିଜେପି ସହ ସମ୍ପର୍କ ତୁଟାଇବା ଆରମ୍ଭ କରିଛନ୍ତି।

Bjp Haryana News