Advertisment

କ୍ଷମତା ପାଇଁ ବିଚ୍‌ ରାସ୍ତାରେ ଫ୍ୟାମିଲି ଡ୍ରାମା; ଭାଇଙ୍କୁ ଚପଲରେ ପିଟିଲେ ଭଉଣୀ

ରାଜନୀତିର ମୋହ ଆଗରେ ସମ୍ପର୍କର ମୂଲ୍ୟ ତୁଚ୍ଛ। କ୍ଷମତା ପାଇଁ କେତେବେଳେ ପରିବାରରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଉଛନ୍ତି ରକ୍ତର ସମ୍ପର୍କ ।

author-image
Niharika Rout
Tension

Tension

ରାଜନୀତିର ମୋହ ଆଗରେ ସମ୍ପର୍କର ମୂଲ୍ୟ ତୁଚ୍ଛ। କ୍ଷମତା ପାଇଁ କେତେବେଳେ ପରିବାରରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଉଛନ୍ତି ରକ୍ତର ସମ୍ପର୍କ । ଏପରି ଏକ ଅଭାବନୀୟ ଦୃଶ୍ୟ ରାଜସ୍ଥାନରେ ଜୟପୁରରେ ଦେଖିବାକୁ ମିଳିଛି।

Advertisment

ବିଧାୟକ ଟିକେଟ ପାଇବା ପାଇଁ ଆଶାୟୀ ଥିବା ବାପା, ଭାଇଙ୍କ ସହ ମୁହାଁମୁହିଁ ହୋଇଛନ୍ତି ମହିଳା । ଏହାକୁ ନେଇ ମହିଳାଜଣକଙ୍କର ନିଜ ପିତାଙ୍କ ସହ ଉଚ୍ଚବାଚ ହୋଇଥିବା ବେଳେ ଭାଇକୁ ଚପଲରେ ମାରିବାକୁ ପଛାଇ ନାହାନ୍ତି। ଏପରି ଘଟଣା ରାଜସ୍ଥାନର ପୂର୍ବତନ ବିଜେପି ବିଧାୟକ ଜୟରାମ ଜାଟବଙ୍କ ପରିବାରରେ ଘଟିଛି।

ଜୟରାମ ଜାଟବ ବିଜେପିର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ତାଙ୍କର ଲୋକପ୍ରିୟତା ବି ଢେର ଅଧିକ । ଏପରି ସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ତରଫରୁ ତାଙ୍କୁ ଟିକେଟ ଦିଆଯିବାକୁ ମନୋନୀତ କରାଯାଇଥିବା ଜଣାଯାଇଛି। ମାତ୍ର ଟିକେଟ ଆଶାୟୀ ଥିବା ତାଙ୍କ ଝିଅ ମୀରା ଜାଟବଙ୍କୁ ଏହି ଖବର ଜୋରରେ ଝଟକା ଦେଇଥିଲା। ଏହାପରେ ସେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ନିଜ ସମର୍ଥକଙ୍କ ସହ ପହଞ୍ଚି ହଙ୍ଗାମା କରିଥିଲେ।

Advertisment

କିଛି କ୍ଷଣ ପାଇଁ ରାଜସ୍ଥାନ ବିଜେପି କାର୍ଯ୍ୟାଳୟ ସମ୍ମୁଖ ଋଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉଭୟ ଗୋଷ୍ଠି ମୁହାଁମୁହିଁ ହୋଇ ଯାଇଥିଲେ। ଏପରି ସମୟରେ ମୀରା ଜାଟବ ନିଜ ଭାଇଙ୍କୁ ଚପଲ ବାହାର କରି ପିଟୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଟିକେଟ ପାଇବା ଆଶା କ୍ଷୀଣ ହେବାରୁ ମୀରା ଜାଟବ ଏବେ ଖୋଲାଖୋଲି ନିଜ ପିତାଙ୍କୁ ବିରୋଧ କରୁଛନ୍ତି। ଏପରିକି ନିଜ ପିତାଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଦୁର୍ନୀତିକୁ ସେ ଲୋକଲୋଚନକୁ ଆଣି ନିଜ ପିତାଙ୍କୁ ଟାର୍ଗେଟ କରୁଛନ୍ତି।

ରାଜସ୍ଥାନର ଅଲୱର ବିଧାନସଭା କ୍ଷେତ୍ରରୁ ପୂର୍ବରୁ ବିଧାୟକ ଥିବା ଜୟରାମ ଜାଟବ ବିଜେପିର ଜଣେ ଟାଣୁଆ ନେତା। ଏଥର ବି ବିଜେପି ତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଋଣନୀତି ପ୍ରସ୍ତୁତ କରି ସାରିଥିବା ବେଳେ ଏହା ଜାଣି ତାଙ୍କ ଝିଅ କ୍ରୋଧାନ୍ୱିତ ହୋଇଛନ୍ତି। ଏପରିକି ସେ ନିଜ ପିତାଙ୍କ ବିରୋଧରେ ବି ରଣହୁଙ୍କାର ଦେବାକୁ ପଛାଇ ନାହାନ୍ତି। ଏହା ଏବେ ରାଜସ୍ଥାନ ରାଜନୀତିରେ ରୋଚକ ମୋଡ ନେଇଛି।

Bjp Rajasthan