Advertisment

ମଙ୍ଗଳବାର ବିଚାରପତି ପଦରୁ ଇସ୍ତଫା ଦେଇଥିଲେ, ଗୁରୁବାର ବିଜେପିରେ ମିଶିଲେ

ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ। ଆସନ୍ତା ୫ ମାସ ପରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ।

author-image
Hemant Lenka
BJP

BJP

ମଙ୍ଗଳବାର ହଠାତ୍‌ କଲିକାତା ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଶେଷରେ ଆକଳନ ଅନୁସାରେ ବିଜେପିରେ ମିଶିଛନ୍ତି। କୋଲକାତାରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Advertisment

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଓ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମ ଧରିବା ପରେ ଜଷ୍ଟିସ ଅଭିଜିନ କହିଛନ୍ତି, “ଆଜି ମୁଁ ଗୋଟିଏ ନୂଆ କ୍ଷେତ୍ରରେ ସାମିଲ ହୋଇଛି। ମୁଁ ବିଜେପିରେ ସାମିଲ ହୋଇଥିବାରୁ ଖୁସି। ମୁଁ ଦଳରେ ଜଣେ ସୈନ୍ୟ ହିସାବରେ କାମ କରିବି। ଆମର ଗୋଟିଏ ଲକ୍ଷ୍ୟ ହେଲା ଦୁର୍ନୀତିଗ୍ରସ୍ତ ଟିଏମସି ଶାସନକୁ ରାଜ୍ୟରେ ବିଲୁପ୍ତ କରିବା।”

ଜଷ୍ଟିସ ଅଭିଜିନ ରାଜନୀତିକୁ ଆସିଥିବାରୁ ସୁଭେନ୍ଦୁ ଅଧିକାରୀ ତାଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି। ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଭଳି ଲୋକଙ୍କୁ ପଶ୍ଚିମବଙ୍ଗ ରାଜନୀତି ଆବଶ୍ୟକ କରୁଛି ବୋଲି ସେ କହିଛନ୍ତି।

Advertisment

ଜଷ୍ଟିସ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଙ୍ଗନମ୍‌ଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ସେ ବିଜେପିରେ ମିଶିଛନ୍ତି।

ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ। ଆସନ୍ତା ୫ ମାସ ପରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ସେ ବିଚାରପତି ପଦ ଛାଡ଼ି ଦେଇଛନ୍ତି।

ଚଳିତ ବର୍ଷ ଜାନୁଆରୀରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କ ସହ ତାଙ୍କର ନ୍ୟାୟିକ ବିବାଦ ଦେଖାଦେଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ନେଇ ବିବାଦ ବି ସୃଷ୍ଟି ହୋଇଥିଲା।

Mamata Banerjee West Bengal Suvendu Adhikari