Advertisment

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ

ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏୟାରଲିଫ୍ଟ କରି ନନ୍ଧାଲ ହସ୍ପିଟାଲକୁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

Arrest

Arrest

Advertisment

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ ଗିରଫ କରାଯାଇଛି।

Advertisment

ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏୟାରଲିଫ୍ଟ କରି ନନ୍ଧାଲ ହସ୍ପିଟାଲକୁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।

ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନନ୍ଦାଲ ଜିଲ୍ଲାର ବନଗନପଲ୍ଲୀରେ ଜନସଭାକୁ ସମ୍ବୋଧିତ କରିଥିଲେ । ଜନସଭାକୁ ସମ୍ବୋଧନ ପରେ ଭ୍ୟାନରେ ବିଶ୍ରାମ ନେଇଥିଲେ ଚନ୍ଦବାବୁ । ଶନିବାର ଭୋର ପ୍ରାୟ ୩ଟାରେ ଏପି ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା। ତେବେ ଦଳର କାର୍ଯ୍ୟକର୍ତ୍ତା ଓ ନେତା ସେମାନଙ୍କୁ ପ୍ରବଳ ବିରୋଧ କରିଥିଲେ।

Advertisment

ନେତା ଓ ଆନ୍ଧ୍ର ପୁଲିସ୍‌ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ପରେ ସକାଳ ପ୍ରାୟ ୬ଟା ସମୟରେ ନାଇଡ଼ୁ ଭ୍ୟାନରୁ ବାହାରି ସିଆଇଡି ଗାଡ଼ିରେ ଯାଇଥିଲେ। ସିଆରପିସି ୫୧ ଅନୁସାରେ ନାଇଡୁଙ୍କୁ ନୋଟିସ ଜାରି କରାଯାଇଥିଲା।

କୌଶଳ ବିକାଶ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଚନ୍ଦ୍ରବାବୁ ୨୫୦ କୋଟିର ଦୁର୍ନୀତି କରିଥିବା ଅଭିଯୋଗ ରହିଛି।

ଚନ୍ଦ୍ରବାବୁଙ୍କୁ ସିଆଇଡି ଗିରଫ କରିବା ସହ ତାଙ୍କ ପୁଅ ଲୋକେଶଙ୍କୁ ମଧ୍ୟ ପୂର୍ବ ଗୋଦାବରୀ ଜିଲ୍ଲା ପୁଲିସ୍‌ ହେପାଜତକୁ ନେଇଛି।

Andhra Pradesh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe