Advertisment

ପଦ୍ମ ଧରିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJP

BJP

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକମାନେ ବିଜେପିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

Advertisment

ତପନ ଚାନ୍ଦ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଥିଲେ। ଛାତ୍ର ଜୀବନରୁ ସେ ABVP ଏବଂ ଆରଏସଏସ ସହ ଜଡ଼ିତ ଥିଲେ।  ସମାଜର ସବୁବର୍ଗଙ୍କୁ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ‘ବିକଶିତ ଭାରତ’ର ବାର୍ତ୍ତା ପହଂଚାଇବା ପାଇଁ ଶପଥ ନେଇଥିଲେ ତପନ। 

ବିଜେପିରେ ସାମିଲ ହେବା ପରେ ତପନ ଚାନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ୩୪ ବର୍ଷରୁ ଅଧିକ ସମୟ ଧରି ମୁଁ ବିଭିନ୍ନ ବୃହତ ଶିଳ୍ପରେ କାମ କରିଛି। ନାଲ୍‌କୋର ସିଏମ୍‌ଡି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଲୋକହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ସାମିଲ ହୋଇଥିଲେ। ନିଜର ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତେ ଦଳରେ ସାମିଲ ହୋଇଥିଲା।

Bjp