Advertisment

BJPରେ ମିଶିଲେ ଅବସରପ୍ରାପ୍ତ IAS ଅଫିସର ସଦାନନ୍ଦ ନାୟକ

ବିଜେଡି ନିର୍ବାଚନମଣ୍ଡଳୀ ବାହାରର ଜଣେ ବ୍ୟକ୍ତି ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ତେଲକୋଇ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି। ଏପରି ସମୟରେ ସଦାନନ୍ଦ ନାୟକଙ୍କ ବିଜେପିରେ ଯୋଗଦାନ ନିର୍ବାଚନରେ ଦଳକୁ ଲାଭ ମିଳିବ ବୋଲି ଆଲୋଚନା ହେଉଛି।

author-image
Manoranjan Sial
BJP

BJP

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସତେଇଭଞ୍ଜ ଗାଁର ଅବସର ପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଦାନନ୍ଦ ନାୟକ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଶ୍ରୀ ନାୟକଙ୍କ ବିଜେପିରେ ଯୋଗଦାନ ପରେ ଜିଲ୍ଲାରେ ଦଳ ବଳ ବଢିଥିବା କୁହାଯାଉଛି।

Advertisment

ସଦାନନ୍ଦ ନାୟକ ୨୦୨୩ ମସିହାରେ ଚାକିରିରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ଅଗ୍ରୋ ଇଣ୍ଡରଷ୍ଟ୍ରିଜ୍‌ର ଓ କାଜୁ ନିଗମର ଏମ୍‌ଡି ଭାବେ ସଫଳତାର ସହ କାର୍ଯ୍ୟା ତୁଲାଇଛନ୍ତି। ଏହାଛଡା ସଦାନନ୍ଦ ନାୟକ ଗଣ୍ଡ ସାଂସ୍କୃତିକ ସମାଜର ରାଜ୍ୟ ସ୍ତରୀୟ ଜଣେ ଆଗଧାଡିର ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି।

ବିଜେଡି ନିର୍ବାଚନମଣ୍ଡଳୀ ବାହାରର ଜଣେ ବ୍ୟକ୍ତି ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ତେଲକୋଇ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି। ଏପରି ସମୟରେ ସଦାନନ୍ଦ ନାୟକଙ୍କ ବିଜେପିରେ ଯୋଗଦାନ ନିର୍ବାଚନରେ ଦଳକୁ ଲାଭ ମିଳିବ ବୋଲି ଆଲୋଚନା ହେଉଛି। ଆଜି ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ୍‌ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ତଥା ଅନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସଦାନନ୍ଦ ନାୟକ ପଦ୍ମ ଧରିଛନ୍ତି।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Bjp