Advertisment

କଂଗ୍ରେସରେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ; କହିଲେ, ଲଢ଼ିବି ୨୦୨୪ ନିର୍ବାଚନ

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲୋ।

author-image
Tapaswini Nayak
ଅଦ୍ୟତନ ହୋଇଛି
congress

congress

ଖେଳ ପଡ଼ିଆରୁ ଏବେ ରାଜନୈତିକ ମଇଦାନକୁ ଓହ୍ଲାଇଲେ ହକି ତାରକା ପ୍ରବୋଧ ତିର୍କୀ। ଆନୁଷ୍ଠାନିକ ଭାବେ ଆଜି କଂଗ୍ରେସରେ ମିଶିଲେ। ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଛନ୍ତିା ପ୍ରବୋଧଙ୍କ ସହ ଅନେକ ଲୋକ ମଧ୍ୟ କଂଗ୍ରେସରେ ମିଶିଛନ୍ତି।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି  ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। 

କଂଗ୍ରେସରେ ମିଶିବା ପରେ ପ୍ରବୋଧ ତିର୍କୀ କହିଛନ୍ତି, ମୁଁ ଦେଶ ପାଇଁ ଖେଳୁଥିଲି। ଏବେ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି। ମୁଁ ମୋ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ସମାଧାନ କରିବି। ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି। ମୁଁ ଆଗାମୀ ସାଧାରଣ ନିର୍ବାଚନରେ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ରହିଛି। 

Advertisment

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ। ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍‌-ଜୁନିୟର, ଜୁନିୟର ଓ ‘ଏ’ ଟିମ୍‌ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ। ପ୍ରବୋଧ ୧୬୧ଟି ହକି ମ୍ୟାଚ୍‌ ଖେଳିଛନ୍ତି।

Indian Hockey Congress Probadh Tirkey