Advertisment

ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ; କହିଲେ- ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ

ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ।

ଅଦ୍ୟତନ ହୋଇଛି
Akash Das Nayak

Akash Das Nayak

Advertisment

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି  ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ। ଆଜି ସକାଳେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦଳ ଛାଡ଼ିଥିବା ବେଳେ  ପୁଣି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ବିଜେଡିରୁ ଇସ୍ତଫା  ଦେଇଛନ୍ତି। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

Advertisment

ବିଜେଡି ଛାଡ଼ିବା ପରେ କ’ଣ କହିଛନ୍ତି ଅକାଶ?

ସେ କହିଛନ୍ତି, ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି।ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସମର୍ପିତ।  ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି, ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ଯ୍ୟପନ୍ଥା ଗ୍ରହଣ କରିବି।

ସେ ଆହୁରି କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ  କଠିନ ପରିଶ୍ରମ କରିଛି। ଖରାହେଉ ବା ବର୍ଷା ମୁଁ  ଦଳ ପାଇଁ ପ୍ରଚାର କରିଛି। ୩୦ଟି ଜିଲ୍ଳା ବୋଲି ମୁଁ ଦଳ ପାଇଁ ପରିଶ୍ରମ କରିଛି। ଏତେସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ।  ସେଥିପାଇଁ ମୁଁ ଦଳ ଛାଡ଼ିଦେଲି। 

Advertisment

ଅକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇରେ ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ସ୍ଥାନରେ ଦଳ ଅଶୋକ କୁମାର ବଳଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ହୋଇଥିଲେ। ୨୦୨୪ରେ ଆକାଶ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ଟିକେଟ ପାଇବା ଆଶାରେ ନବୀନ ନିବାସ ଯାଇଥିଲେ। ହେଲେ ସେ ନିରାଶ ହୋଇ ଫେରିଥିଲେ। ବିଜେଡି ଛାଡ଼ିବା ପରେ ଆକାଶ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି। 

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe