Advertisment

ବିଜେଡି ଛାଡ଼ିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Prasanna pattshani

Prasanna pattshani

Advertisment

ବିଜେଡି ଛାଡିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପାଟ୍ଟଶାଣୀ ନିଜେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି।

Advertisment

୨୦୧୯ ମସିହାରେ ପୁଣି ଥରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ। ହେଲେ ତାଙ୍କୁ ଟିକେଟ ମିଳିନଥିଲା। ତାଙ୍କୁ କାଳେ ଦଳ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ତାହା ବି ହେଲା ନାହିଁ।  ୨୦୨୪ ପାଇଁ ମଧ୍ୟ ଟିକେଟ ପାଇଁ ଆଶାୟୀ ଥିଲେ ପାଟ୍ଟଶାଣୀ। ହେଲେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଏଥର ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।  

ପରେ ପାଟ୍ଟଶାଣୀ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଆଗ୍ରହ ଦେଖାଇଥିଲେ। ସେହି ଆସନରୁ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଗତକାଲି ନବୀନ ନିବାସ ଯାଇଥିଲେ ପାଟ୍ଟଶାଣୀ। ନବୀନ ନିବାସରୁ ଫେରିବା ପରେ ସେ ବିଜେଡି ଛାଡୁଥିବା ଚର୍ଚ୍ଚା ଜୋର ଧରିଛି। ଟିକେଟ ମିଳିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯିବା ପରେ ସେ ବିଜେଡି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।  

Advertisment

ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା କୁହାଯାଉଛି। ତେବେ ଏହି ଚର୍ଚ୍ଚାକୁ ନେଇ ପାଟଶାଣୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହି। ପାଟ୍ଟଶାଣୀ ଭୁବନେଶ୍ୱରରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ଭୁବନେଶ୍ୱର-ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ପ୍ରିୟଦର୍ଶୀ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଟିକେଟ ନ ମିଳିବାରୁ ସେ ବିଜେଡି ଛାଡ଼ିଥିଲେ। ବିଜେପି ତାଙ୍କୁ ଭୁବନେଶ୍ୱର-ଉତ୍ତରରୁ ପ୍ରାର୍ଥୀ କରିଛି।  

BjD State Bjp Parasan Pattsani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe