Advertisment

କଙ୍ଗନାଙ୍କ ବିରୋଧରେ ‘ରେପ୍‌’ ବୟାନ ଦେଇ ଚର୍ଚ୍ଚାରେ ପୂର୍ବତନ ସାଂସଦ

କଙ୍ଗନା ରାଣାୱତଙ୍କ ବିରୋଧରେ ଦେଇଛନ୍ତି ସାଂଘାତିକ ବୟାନ। ନିଜର ତୁଣ୍ଡ ଖୋଲି ବିବାଦ ସୃଷ୍ଟି କରୁଥିବା କଙ୍ଗନାକୁ ଏବେ ସିମରନଜିତ ‘ରେପ୍‌’ ବୟାନ ଦ୍ୱାରା ଟାର୍ଗେଟ କରିଛନ୍ତି।

author-image
Hemant Lenka
MP

MP

ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂହ ମାନ ଅଭିନେତାରୁ ବିଜେପି ସାଂସଦ ହୋଇଥିବା କଙ୍ଗନା ରାଣାୱତଙ୍କ ବିରୋଧରେ ଦେଇଛନ୍ତି ସାଂଘାତିକ ବୟାନ। ନିଜର ତୁଣ୍ଡ ଖୋଲି ବିବାଦ ସୃଷ୍ଟି କରୁଥିବା କଙ୍ଗନାକୁ ଏବେ ସିମରନଜିତ ‘ରେପ୍‌’ ବୟାନ ଦ୍ୱାରା ଟାର୍ଗେଟ କରିଛନ୍ତି।

Advertisment

ଦେଶରେ ହୋଇଥିବା ଚାଷୀ ଆନ୍ଦୋଳଦ ବେଳେ ଦୁଷ୍କର୍ମ ଭଳି ଘଟଣା ଘଟିଥିଲା ବୋଲି କଙ୍ଗନା କହିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସିମରନଜିତ କହିଛନ୍ତି, “ଦୁଷ୍କର୍ମ କେମିତି ହୁଏ, ସେକଥା ଆପଣମାନେ କଙ୍ଗନାଙ୍କୁ ପଚାରି ପାରନ୍ତି। ଏହାଦ୍ୱାରା ରେପ୍‌ କେମିତି ହୁଏ, ଲୋକମାନଙ୍କୁ ଅବଗତ କରାଯାଇ ପାରିବ। ତାଙ୍କ ପାଖରେ ଦୁଷ୍କର୍ମ ନେଇ ଅନେକ ଅଭିଜ୍ଞତା ରହିଛି।”

ଆନ୍ଦୋଳନ ଯୋଗୁ ପ୍ରତ୍ୟାହୃତ ହୋଇ ସାରି ଥିବା ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଗୋଟିଏ ବର୍ଷରୁ ଅଧିକ ଦିନ ବିକ୍ଷୋଭ କରିଥିଲେ। ଏହାକୁ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ଏ ସମ୍ପର୍କରେ କଙ୍ଗନା ନିକଟରେ କହିଥିଲେ ଯେ ଯଦି ଭାରତର ନେତୃବୃନ୍ଦ ଶକ୍ତିଶାଳୀ ନ ଥାଆନ୍ତେ, ତା’ହେଲେ ଚାଷୀ ଆନ୍ଦୋଳନ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିଥାଆନ୍ତା। ସେ ଆହୁରି ଅଭିଯୋଗ କରିଥିଲେ ଯେ ଆନ୍ଦୋଳନ ସ୍ଥଳରେ ମୃତଦେହ ଝୁଲା ଯାଉଥିଲା ଓ ଚାଷୀ ଆନ୍ଦୋଳନ ବେଳେ ଦୁଷ୍କର୍ମ ଘଟଣା ଘଟିଥିଲା। ଚାଷୀ ଆନ୍ଦୋଳନ ପଛରେ ଚାଇନା ଓ ଆମେରିକାର ହାତ ଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

କଙ୍ଗନା ରାଣାୱତଙ୍କ ଏପରି ବୟାନ ବେଶ ବିବାଦ ସୃଷ୍ଟି କରିଥିଲା। ବିବାଦ ବଢ଼ୁଥିବାରୁ ବିଜେପି ବିଧିବଦ୍ଧ ଭାବେ କଙ୍ଗନାଙ୍କ ବୟାନ ଠାରୁ ନିଜକୁ ଦୂରେଇ ନେଇଥିଲା। ଏଥିସହ କଙ୍ଗନାକୁ ବିବାଦୀୟ ବୟାନ ପାଇଁ ଦଳ ତାଗିଦ କରିଥିଲା।

Kangana Ranaut Punjab