Advertisment

କାର୍ ଗଡ଼ିଲାନି ଏବେ ହାତ ଧରି ଚାଲିବେ

କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ଖୁବଶୀଘ୍ର ଘରବାହୁଡ଼ା ହେବ । ସେ ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ । ଶ୍ରୀ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ମଧ୍ୟ କଂଗ୍ରେସରେ ସାମିଲ ହେବେ ।

author-image
Manoj Swain

ନିର୍ବାଚନ ଆସନ୍ନ । ନେତା ଉଛନ୍ନ । ଆଉ ଓଡ଼ିଶାର ବିଆରଏସ ନେତା ପୂରା ମଉନ । ଏବେ ଯାଏଁ ରାଜ୍ୟରେ ଦଳ ଅବତୀର୍ଣ୍ଣ କରିପାରିଲା ନାହିଁ । ସେପଟେ ହାତ-ପଦ୍ମ ଛାଡ଼ି କାରରେ ବସିବାକୁ ହାଇଦ୍ରାବାଦ ଯାଇଥିବା ନେତା ଏବେ କେଉଁଠି ଓହ୍ଲାଇବେ, ବିଚାର କଲେଣି । କାରଣ ଦଳ ଭରସା ଦେଇ ଠକିଦେଲା । ଏଭଳି ସ୍ଥିତିରେ ଘର ବାହୁଡ଼ିବେ ଅନେକ କଂଗ୍ରେସ ନେତା ।

Advertisment
Congress Odisha Politics