Advertisment

‘ଦାମ ରାଉତ ଗୋଟେ ସଂଘର୍ଷର ନାଁ,ଆଜି ତାର ଅବସାନ ଘଟିଛି’

ଦାମ ରାଉତର ଝିଅ ବୋଲି ମୁଁ ନିଜକୁ ଗର୍ବ ଅନୁଭବ କରେ ବୋଲି ପ୍ରିତିନନ୍ଦା ରାଉତରାୟ କହିଛନ୍ତି।

author-image
Tapaswini Nayak
Dama Rout NoMore

Dama Rout NoMore

ଦାମ ରାଉତ ଗୋଟେ ସଂଘର୍ଷର ନାଁ। ସେହି ସଂଘର୍ଷର ଆଜି ଅବସାନ ଘଟିଛି। ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ । କୋହଭରା କଣ୍ଠରେ ସେ କାନ୍ଦିକାନ୍ଦି ଏପରି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବହୁତ ଦିନ ହେଲା ବାପାଙ୍କ ଦେହ ଖରାପ ରହୁଥିଲା। ପରେ ଭଲ ହୋଇଯାଉଥିଲା। ଆଜି ହଠାତ୍ ଏପରି ହୋଇଗଲା। ଆଜି ଦିନଟି ଆମ ପାଇଁ କଷ୍ଟର ଦିନ। ମୋ ବାପା ଜଣେ ଭଲ ଓ ଦରଦୀ ମଣିଷ ଥିଲେ।

ପ୍ରିତିନନ୍ଦା କହିଛନ୍ତି, ଦାମ ରାଉତ ମୋ ବାପା ବୋଲି ଗର୍ବ ଅନୁଭବ କରୁଛୁ। ସମାଜରେ ଯେଉଁ ସମ୍ମାନ ଟିକିଏ ମିଳୁଛି ମୋ ବାପା ପାଇଁ । ତାଙ୍କ ଝିଅ ହିସାବରେ ମୁଁ ବହୁତ ଗର୍ବ ଅନୁଭବ କରୁଛି।

Advertisment

ଦାମ ରାଉତଙ୍କ ପୁଅ ସମ୍ୱିତ ରାଉତରାୟ କହିଛନ୍ତି, ବାପା ଚାଲିଗଲେ। ଭଗବାନଙ୍କ ଇଚ୍ଛା, ଆମେ କ’ଣ କରିପାରିବା? ତାଙ୍କ ଶରୀରକୁ ଡାକ୍ତରଖାନାରୁ ଘରକୁ ନିଆଯିବ। ପରେ ପାର୍ଟି ଅଫିସ, ବିଧାନସଭା ଓ ତା’ପରେ ତାଙ୍କ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ଓ ପାରାଦୀପ ନିଆଯିବ। ଯଦି ସମୟ ହୁଏ ଏରସମା ଯିବ। ପରେ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ।

ଆଜି ଭୋର ୫ଟା ୨୩ ମିନିଟରେ ଦାମ ରାଉତଙ୍କ ପରଲୋକ ଘଟିଥିଲା। ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।

ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।

BjD Dama Rout NoMore