ବିରୋଧୀଙ୍କ ରାଜନୀତିକୁ ନେଇ କଡ଼ା ଆପତ୍ତି ଉଠାଇଲେ ପୂର୍ବତନ ଉପ ରାଷ୍ଟ୍ରପତି

ସେପ୍ଟେମ୍ବର ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପୂର୍ବତନ ଉପ ରାଷ୍ଟ୍ରପତି।

VP Venkaiah Naidu

ପୂର୍ବତନ ଉପ ରାଷ୍ଟ୍ରପତି

Tapaswini Nayak
  • Published: Saturday, 05 October 2024
  • Updated: 05 October 2024, 10:52 AM IST

Sports

Latest News

ନିଜର ଓଡ଼ିଶା ଗସ୍ତ ସମୟରେ ରାଜ ଭବନରେ ରହଣି ଓ ରାଜ୍ୟପାଳଙ୍କ ସହ ସାକ୍ଷାତକୁ ନେଇ ବିରୋଧୀ ବିଜେଡି କରିଥିବା ଅଭିଯୋଗ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏନେଇ ତାଙ୍କ କାର୍ଯ୍ୟାଳୟ କଡ଼ା ଜବାବ ଦେବା ସହ ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ସୌଜନ୍ୟ ମୂଳକ ସାକ୍ଷାତକୁ ରାଜନୈତିକ ରଙ୍ଗ ନ ଦେବାକୁ ପରାମର୍ଶ ଦିଆଯାଇଛି।

ସୋଶାଲ୍ ମିଡିଆ ‘ଏକ୍ସ’ରେ ଉପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜନୈତିକ ରଙ୍ଗ ଦିଆ ନ ଯାଉ। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ରାଜଭବନରେ ରୁହନ୍ତି। ରାଜ୍ୟପାଳ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସୌଜନ୍ୟମୂଳକ ଭାବରେ ଭେଟିବାର ପରମ୍ପରା ରହିଛି।

ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସୌଜନ୍ୟମୂଳକ ସାକ୍ଷାତରେ କୌଣସି ରାଜନୀତି ବିଷୟରେ ଆଲୋଚନା ହୋଇ ନାହିଁ। ସୌଜନ୍ୟମୂଳକ ସାକ୍ଷାତ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖାଯିବା ଉଚିତ ନୁହେଁ। ଦେଶର ପୂର୍ବତନ ଉପରାଷ୍ଟ୍ରପତିଙ୍କକୁ ଏଭଳି ରାଜନୈତିକ ବିବାଦ ଭିତରକୁ ଟାଣି ନେବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି।

Also Read

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପୂର୍ବତନ ଉପ ରାଷ୍ଟ୍ରପତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିଧାସଖଳ ରାଜଭବନ ଯାଇଥିଲେ। ସନ୍ଧ୍ୟାରେ ଏସିଆନ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ହୋଇଥିଲେ। ସମାରୋହରୁ ଫେରି ପୂର୍ବତନ ଉପ ରାଷ୍ଟ୍ରପତି ରାଜ ଭବନରେ ରାତ୍ରି ଯାପନ କରିଥିଲେ। ତା’ପର ଦିନ ସେ ଦିଲ୍ଲୀ ଫେରିଯାଇଥିଲେ।

ପୂର୍ବତନ ଉପରାଷ୍ଟ୍ରପତି ରାଜଭବନ ଥିବା ଅବସରରେ ଓଡ଼ିଶା ଗସ୍ତରେ ଆସିଥିବା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ତାଙ୍କୁ ଭେଟିଥିଲେ। ଏଥିସହ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ ଭବନରେ ପହଞ୍ଚି ଆସାମ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସମୟରେ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ। ଯାହାକୁ ନେଇ ବିରୋଧୀ ଦଳ ବିଜେଡି ରାଜନୀତି କରିଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପ ରାଷ୍ଟ୍ରପତି, ରାଜ୍ୟପାଳ ଓ ଆସାମ ମୁଖ୍ୟମନ୍ତ୍ରୀ ରାଜଭବନରେ ଝାଡଖଣ୍ଡ ନିର୍ବାଚନ ବିଷୟରେ ଆଲୋଚନା ପାଇଁ ଏକଜୁଟ ହୋଇଥିବା ବିଜେଡିର କିଛି ନେତା ଗଣମାଧ୍ୟମରେ କହିଥିଲେ। ଝାଡଖଣ୍ଡ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ରାଜଭବନରେ ଅଙ୍କ ଚଷା ଚାଲିଥିବା କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story