/odisha-reporter/media/post_attachments/uploadimage/library/16_9/16_9_0/IMAGE_1690101528.jpg)
Congress Leaders
ଚାରି ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୂର୍ବତନ ଆଇଏଏସ୍ ଅଫିସର ଓ ୨ ଜଣ ପୂର୍ବତନ ଓଏଏସ୍ ଅଫିସର।
କଂଗ୍ରେସରେ ସାମିଲ ହୋଇଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି- ପୂର୍ବତନ ଆଇଏଏସ୍ ଅଫିସର ପଞ୍ଚାନନ ଦାସ ଓ ବିଶ୍ଵନାଥ ଆଚାର୍ଯ୍ୟ ଏବଂ ପୂର୍ବତନ ଓଏଏସ୍ ଅଫିସର ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର।
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଥିଲେ।
କଂଗ୍ରେସରେ ସାମିଲ ହେବା ପରେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ପଞ୍ଚାନନ ଦାସ। ସେ କହିଥିଲେ ଯେ ଦଳ ପାଇଁ ନିଃସ୍ଵାର୍ଥପର ଭାବେ କାମ କରିବେ।
ପଞ୍ଚାନନ ଦାସ କହିଥିଲେ, କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହା ହେଉଛି ଦେଶର ଭବିଷ୍ୟତ। କଂଗ୍ରେସ ହିଁ ଏକମାତ୍ର ଦଳ ଯାହା ସୁଶାନ ଦେଇପାରିବ। ଆମ ରାଜ୍ୟ କେତେ ତଳକୁ ଖସିଗଲାଣି। ଭଲ ସୂଚକାଙ୍କରେ ରାଜ୍ୟ ତଳେ ଥିବା ବେଳେ ଖରାପ ସୂଚକାଙ୍କରେ ରାଜ୍ୟ ଉପରେ ରହିଛି। ରାଜ୍ୟରେ ଅପରାଧ ବଢ଼ିଛି। ଦଳ ମୋତେ କାମ କରିବାକୁ ସୁଯୋଗ ଦେଉ। ଯୁବପୀଢ଼ିକୁ ସଶକ୍ତ କରିବା ଦିଗରେ ମୁଁ କାର୍ଯ୍ୟ କରିବି। ମୁଁ ଏମ୍ଏଲ୍ଏ, ଏମ୍ପି ହେବାକୁ ଟିକେଟ ମାଗିବି ନାହିଁ କି ମନ୍ତ୍ରୀ ହେବାକୁ କହିବି ନାହିଁ। ଲୋକଙ୍କ ପାଇଁ ଓ ଦଳ ପାଇଁ ମୁଁ କାର୍ଯ୍ୟ କରିବାକୁ ଆସିଛି।
ବିଶ୍ଵନାଥ ଆଚାର୍ଯ୍ୟ କହିଥିଲେ, କଂଗ୍ରେସରେ ଯୋଗ ଦେଇଥିବାରୁ ମୁଁ ଖୁସି। ମୁଁ ନିଜକୁ ଗୌରାନ୍ୱିତ ମନେ କରୁଛି। ଏବେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟବସ୍ଥାରେ ଏହି ପରିବର୍ତ୍ତନ ସମ୍ଭବ ନୁହେଁ। ତେବେ କଂଗ୍ରେସ ସେହି ପରିବର୍ତ୍ତନ ଆଣିପାରିବ। ମୁଁ ସେହି ଆଶା ନେଇ ଦଳକୁ ଆସିଛି। ମୁଁ ଦଳକୁ ମଜବୁତ କରିବାରେ ସାହାଯ୍ୟ କରିବି। ମୋର ଦକ୍ଷତା ଓ ଶକ୍ତି ଅନୁସାରେ ଦଳ ପାଇଁ ଯାହା ଆବଶ୍ୟକ ହେବ, ତାହା କରିବି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
