୪ ବିଧାୟକଙ୍କ ଟିକେଟ କାଟିଲା ବିଜେଡି: ରଘୁନନ୍ଦନ କହିଲେ- ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି

ତୁଷାରକାନ୍ତି ବେହେରାଙ୍କୁ ପୁଣି ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ।

Raghunandan Das PhotoOR

ବିଧାୟକ ରଘୁନନ୍ଦନ ଦାସ

Jitendra Garnayak
  • Published: Monday, 22 April 2024
  • Updated: 22 April 2024, 02:17 PM IST

Sports

Latest News

ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୪ ଜଣ ବିଧାୟକଙ୍କ ଟିକେଟ କାଟିଛି। ତେବେ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିଛି।

ଦଳ ହିନ୍ଦୋଳ, ରଘୁନାଥପାଲୀ, ବାଲିକୁଦା-ଏରସମା, କାକଟପୁର, ବାଙ୍ଗିରିପୋଷି ଓ ବରୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିମଧ୍ୟରୁ ହିନ୍ଦୋଳ, ବାଲିକୁଦା-ଏରସମା, ରଘୁନାଥପାଲୀ ଓ ବରୀ ବିଧାୟକଙ୍କ ଟିକେଟ କଟିଛି।

ହିନ୍ଦୋଳରୁ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ୍ କଟିଛି। ସେ ଏହି ଆସନରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଆଉ ସୁଯୋଗ ଦେଇନି। ତାଙ୍କ ବଦଳରେ ଦଳ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ଲୋକସଭା ଆସନରୁ ବିଜେଡି ଏଥର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି।

ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଟିକେଟ ମିଳିନି। ଏହି ଆସନରୁ ସେ ମାତ୍ର ଥରେ ୨୦୧୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ଦଳ ତାଙ୍କ ବଦଳରେ ଏଥର ସାରଦା ଜେନାଙ୍କୁ ପ୍ରାର୍ଥୀ କରିଛି।

ଟିକେଟ କଟିବା ପରେ ରଘୁନନ୍ଦନ କହିଛନ୍ତି ଯେ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁ ତାଙ୍କ ଟିକେଟ କଟିଛି। ସେ ଅସୁସ୍ଥ ଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହିବାରୁ ସରକାର ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଯାଇଥିଲା। ସେଥିପାଇଁ ତାଙ୍କୁ ଟିକେଟ ନଦେଇ ସାରଦା ଜେନାଙ୍କୁ ଦେଲେ। ସେ ଅସୁସ୍ଥ ଥିବା ବେଳେ କୁଚକ୍ରୀ ଗୋଷ୍ଠୀ ଏମିତି ହାୱା ସୃଷ୍ଟି କରିଥିଲେ। ସେ ତ ଏବେ ସୁସ୍ଥ ଅଛି। କିନ୍ତୁ ତାଙ୍କଠାରୁ ବହୁତ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି। ଚ୍ୟାଉ ପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି। ଜିଲ୍ଲା ସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁ ତାଙ୍କୁ ଟିକେଟ ମିଳିନି। ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି। ତାଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରିନି। କେବଳ ଗୋଟିଏ କଥାକୁ ବିଚାରକୁ ନେଇ ତାଙ୍କ ଟିକେଟ କାଟି ଦିଆଯାଇଛି। ଏବେ ବି ସେ ଦଳ ସହିତ ଅଛନ୍ତି। 

Also Read

ସେହିଭଳି ବରୀ ବିଧାନସଭାରୁ କେବଳ ଥରେ ନିର୍ବାଚିତ ହୋଇଥିବା ସୁନନ୍ଦା ଦାସଙ୍କୁ ଟିକେଟ ଦେଇନି ବିଜେଡି। ସେ ୨୦୧୯ରେ ବିଧାନସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ବଦଳରେ ଦଳ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଟିକେଟ କାଟି ଦେଇଛି ଦଳ। ସେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଏହି ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ତେବେ ଏହି ଆସନରୁ ଏଥର ଦଳ ସୁବ୍ରତଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ବିଜେଡି ତୁଷାରକାନ୍ତି ବେହେରାଙ୍କୁ ପୁଣି ଥରେ କାକଟପୁରରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ସେ ଏଥର କାକଟପୁରରୁ ଟିକେଟ ଆଶାୟୀ ଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ଦଳ ତାଙ୍କୁ ଆଉ ରିପିଟ୍ କରି ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇଥିଲା।

ସୁରେନ୍ଦ୍ର କହିଛନ୍ତି, ଆଜି କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି। ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି। ସେ ଭୁବନେଶ୍ୱରରେ ରହନ୍ତି। ଲୋକଙ୍କ ସୁଖଦୁଃଖରେ ସେ ନଥା’ନ୍ତି। ଲୋକେ ତାଙ୍କୁ ଦେଖିବାକୁ ପାଆନ୍ତିନି। ୨୦୧୯ରେ ଟିକେଟ ନପାଇ ମଧ୍ୟ ମୁଁ ଦଳ ସହିତ ଅଛି। ଅନ୍ୟ ଦଳରୁ ଅଫର ଥିଲେ ମୁଁ ବିଜେଡି ପାଇଁ କାମ କରୁଥିଲି। ଦଳ ଆଜି ଅବିଚାର କରିଛି। ଲୋକଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story