୪ ବର୍ଷ ବିତିଲା, ଓଡ଼ିଶାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ‘ଇ-ବିଧାନସଭା’: ସାର୍ବଜନୀନ ହେଉନି ପ୍ରଶ୍ନୋତ୍ତର

୧୩ ତାରିଖରୁ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆସନ୍ତା ସୋମବାର ବାର୍ଷିକ ବଜେଟ୍ ଉପସ୍ଥାପନ ହେବ ।

Assembly

ଓଡ଼ିଶା ବିଧାନସଭା

Ordigital Desk
  • Published: Saturday, 15 February 2025
  • Updated: 15 February 2025, 08:09 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ନ୍ୟାସନାଲ ଇ-ବିଧାନସଭା ଆପ୍ଲିକେସନ (ନେଭା) ଏବେ ଓଡ଼ିଶାରେ ଫେଲ୍ ମାରିଛି । କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଅନୁଦାନରେ ଓଡ଼ିଶା ବିଧାନସଭାରେ ୨୦୨୧ ଫେବୃୟାରୀ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ‘ନେଭା’ ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି । ଓଲଟା ‘ନେଭା’ ମାଧ୍ୟମରେ ବିଧାନସଭାରେ ଉପସ୍ଥାପନ ହେଉଥିବା ଲିଖିତ ପ୍ରଶ୍ନୋତ୍ତରକୁ  ଜାଣିବାର ସୁଯୋଗ ପାଉଥିବା ସାଧାରଣ ଲୋକଙ୍କୁ ଏବେ ସେହି ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି । ଯଦିଓ ଚଳିତ ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭା ଗୃହକୁ ‘ନେଭା ଡିଜିଟାଲ ହାଉସ’ ଭାବେ ଘୋଷଣା କରାଯାଇଛି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଡିଜିଟାଲ ହାଉସକୁ ଫେବୃୟାରୀ ୧୨ତାରିଖରେ ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ସୂଚନା ଅନୁସାରେ, ୧୩ ତାରିଖରୁ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆସନ୍ତା ସୋମବାର ବାର୍ଷିକ ବଜେଟ୍ ଉପସ୍ଥାପନ ହେବ । ଚଳିତ ଅଧିବେଶନରେ ସମସ୍ତ ୧୪୭ ବିଧାୟକଙ୍କ ଆସନ ପାଖରେ ‘ଆଇପ୍ୟାଡ୍‌’ ଲଗାଯାଇ ଗୃହର କାର୍ଯ୍ୟକୁ ପେପରଲେସ୍ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ବିଧାନସଭାର ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଫେବୃୟାରୀ ୧୨ତାରିଖରେ ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ଗୃହକୁ ‘ନେଭା ଡିଜିଟାଲ ହାଉସ’ର ଶୁଭାରମ୍ଭ କରିଥିଲେ । ଆଉ ଏଣିକି ବିଧାନସଭାରେ ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ ଓ ଏକ ପେପରଲେସ୍ ହାଉସ ଭାବେ ଗୃହର ଗୌରବ ବୃଦ୍ଧି ହେବ ବୋଲି କହିଥିଲେ । ମାତ୍ର ବିଧାନସଭାର ପଦାଧିକାରୀମାନଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଏବେ ‘ଇ-ବିଧାନସଭା’ ପ୍ରୟାସକୁ ଧକ୍କା ଲାଗିଛି ।

ବିଧାନସଭା ଗୃହକୁ ‘ଡିଜିଟାଲ ହାଉସ’ ଭାବେ ଘୋଷଣା କରାଯାଇଛି ସତ କିନ୍ତୁ ବିଧାୟକମାନଙ୍କ ଦ୍ୱାରା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯେଉଁ ଲିଖିତ ପ୍ରଶ୍ନ କରାଯାଉଛି ତଥା ବିଭାଗୀୟ ମନ୍ତ୍ରୀମାନେ ତା’ର ଯେଉଁ ଉତ୍ତର ଦେଉଛନ୍ତି, ତାକୁ ଅନଲାଇନରେ ସାର୍ବଜନୀନ କରାଯାଉନି । ଯଦିଓ ୨୦୨୧ ମସିହାରେ ‘ନେଭା’ ଆପ୍ ମାଧ୍ୟମରେ ପ୍ରଶ୍ନୋତ୍ତରକୁ ଅନଲାଇନରେ ସର୍ବସାଧାରଣ ଜାଣିବାର ସୁଯୋଗ ପାଉଥିଲେ । ବିଧାନସଭା ଗୃହରେ ପ୍ରଶ୍ନୋତ୍ତର କାଳ ଶେଷ ହେବାପରେ ଏହି ‘ନେଭା’ ଆପ୍ ମାଧ୍ୟମରେ ଉକ୍ତଦିନ ଗୃହରେ ଉପସ୍ଥାପିତ ହୋଇଥିବା ସମସ୍ତ ତାରକା ଓ ଅଣତାରକା ପ୍ରଶ୍ନ-ଲିଖିତ ଉତ୍ତରକୁ ବିଧାନସଭା ପକ୍ଷରୁ ସାର୍ବଜନୀନ କରାଯାଉଥିଲା । କିନ୍ତୁ ଚଳିତ ବଜେଟ୍ ଅଧିବେଶନରେ ସେହି ସୁବିଧାକୁ ବନ୍ଦ କରିଦିଆଯାଇଛି । ଅବଶ୍ୟ ବିଧାନସଭା ପକ୍ଷରୁ ନ୍ୟାସନାଲ ଇନଫରମେସନ ସେଂଟର(ଏନଆଇସି)ର ଓଡ଼ିଶା ଶାଖକୁ ଏହି ଡିଜିଟାଇଜେସନ୍ କାର୍ଯ୍ୟ ନିମନ୍ତେ ନିୟୋଜିତ କରାଯାଇଛି । ତଥାପି ‘ନେଭା’ ଆପ୍ ମାଧ୍ୟମରେ ପ୍ରଶ୍ନୋତ୍ତରକୁ ସାର୍ବଜନୀନ କାହିଁକି କରାଯାଉନି ସେନେଇ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ ।

Also Read

‘ନେଭା’ କାର୍ଯ୍ୟକ୍ରମ ମାଧ୍ୟମରେ ଗୃହକୁ ଡିଜିଟାଲ ହାଉସରେ ପରିଣତ କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣ, ଗୃହର କାର୍ଯ୍ୟସୂଚୀ, ପ୍ରଶ୍ନୋତ୍ତର, ଇ-ଭୋଟିଂ , ଇ-ଆଟେଣ୍ଡାନ୍ସ, ଗୃହର ପ୍ରୋସିଡିଂ, ସ୍ପିଚ୍ ଟାଇମଠୁ ଆରମ୍ଭ କରି ବିଭିନ୍ନ ସର୍କୁଲାର, କମିଟି ରିପୋର୍ଟ , ବିଲ୍ ଇ-ଲାଇବ୍ରେରୀ ଆଦିକୁ ସର୍ବସାଧାରଣଙ୍କ ନିମନ୍ତେ ସାର୍ବଜନୀନ କରାଯିବାର ପ୍ରାବଧାନ ରହିଛି । ବିଧାନସଭାର କାର୍ଯ୍ୟକୁ ପେପରଲେସ୍ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏବେ ଆଗକୁ ବଢ଼ୁଛି ନା ପଛକୁ ଫେରୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । କାରଣ ଚଳିତ ଅଧିବେଶନରେ ଗୃହର ବିବରଣୀଠୁ ଆରମ୍ଭ କରି ପ୍ରଶ୍ନୋତ୍ତର, ରାଜ୍ୟପାଳଙ୍କ ଅଭିଭାଷଣ ଆଦିକୁ ‘ନେଭା’ ଆପ୍ ମାଧ୍ୟମରେ ସାର୍ବଜନୀନ କରାଯାଇନାହିଁ । ‘ନେଭା’ରେ କେବଳ ପ୍ରଶ୍ନଗୁଡ଼ିକୁ ଅପଲୋଡ୍ କରାଯାଇଛି । ଉତ୍ତର କାହିଁକି ଅପଲୋଡ୍ ହୋଇନି ସେନେଇ କିଛି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଇ-ବିଧାନସଭା(ନେଭା)’ ଅନ୍ତର୍ଗତ ଓଡ଼ିଶା ବିଧାନସଭାର  ଡିଜିଟାଇଜେସନ୍ ପ୍ରକ୍ରିୟା ୨୦୨୧ ମସିହାରୁ ଆରମ୍ଭ ହୋଇଛି । ପ୍ରାୟ ୨୦କୋଟି ଟଙ୍କା ବ୍ୟୟରେ ବିଧାନସଭାର ଡିଜିଟାଇଜେସନ୍ କରାଯିବାକୁ ସେତେବେଳେ ଡିପିଆର ପ୍ରସ୍ତୁତ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ୬୦ପ୍ରତିଶତ ଓ ରାଜ୍ୟର ୪୦ପ୍ରତିଶତ ଅନୁଦାନ ରହିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମହତ୍ୱାକାଂକ୍ଷୀ ‘ନେଭା’ କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରାଇବା ସହ ଗୃହ କାର୍ଯ୍ୟର ରିଏଲ ଟାଇମ୍ ତଥ୍ୟକୁ ସାର୍ବଜନୀନ କରାଯିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story