Advertisment

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ, ବୁଥ୍‌ରେ ଜମିଲାଣି ଭିଡ଼

ଆଜି ୬଼ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

ଅଦ୍ୟତନ ହୋଇଛି
Vote

Vote

Advertisment

ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍।  ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ ହୋଇଗଲାଣି। ଆଜି ୬଼ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୂରଭଂଜ
ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

Advertisment

ଏହି ପର୍ଯ୍ୟାୟରେ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି।

Advertisment

ସେହିପରି ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏସବୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe