Advertisment

ରାଜନୀତି ମଇଦାନରେ ମାଗଣା କରୋନା ଟିକା, ବାଲେଶ୍ୱରରୁ ଓ୍ୱାଶିଂଟନ ସବୁଠି ଚର୍ଚ୍ଚା

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ଓଡ଼ିଶାରେ ଗୋଟିଏ ଲୋକ କଥା ରହିଛି, ମୂଳରୁ ସ୍ତ୍ରୀ ନାହିଁ, ପୁଅ ନାଁ ଗୋପାଳିଆ। ଏହାର ଅର୍ଥ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏଠି ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି ଆଜି ପର୍ଯ୍ୟନ୍ତ କରୋନା ଟିକା ବାହାରିନି। କିନ୍ତୁ ଏପଟେ ଆମ ଦେଶୀ ଓ ବିଦେଶୀ ନେତାମାନେ କରୋନା ଟିକା ମାଗଣାରେ ଯୋଗାଇବାକୁ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି। ଏହି ପ୍ରତିଶ୍ରୁତି ଓଡ଼ିଶାର ବାଲେଶ୍ୱରରୁ ଓ୍ୱାଶିଂଟନ ଯାଏ ଲମ୍ୱିଛି। କରୋନା ଟିକା ଋଷିଆ ବ୍ୟତୀତ […]

ଅଦ୍ୟତନ ହୋଇଛି
ରାଜନୀତି ମଇଦାନରେ ମାଗଣା କରୋନା ଟିକା, ବାଲେଶ୍ୱରରୁ ଓ୍ୱାଶିଂଟନ ସବୁଠି ଚର୍ଚ୍ଚା

corona vaccine free 22

Advertisment

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ଓଡ଼ିଶାରେ ଗୋଟିଏ ଲୋକ କଥା ରହିଛି, ମୂଳରୁ ସ୍ତ୍ରୀ ନାହିଁ, ପୁଅ ନାଁ ଗୋପାଳିଆ। ଏହାର ଅର୍ଥ ପ୍ରାୟତଃ ସମସ୍ତେ ଜାଣିଥିବେ। ତେବେ ଏଠି ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି ଆଜି ପର୍ଯ୍ୟନ୍ତ କରୋନା ଟିକା ବାହାରିନି। କିନ୍ତୁ ଏପଟେ ଆମ ଦେଶୀ ଓ ବିଦେଶୀ ନେତାମାନେ କରୋନା ଟିକା ମାଗଣାରେ ଯୋଗାଇବାକୁ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି। ଏହି ପ୍ରତିଶ୍ରୁତି ଓଡ଼ିଶାର ବାଲେଶ୍ୱରରୁ ଓ୍ୱାଶିଂଟନ ଯାଏ ଲମ୍ୱିଛି।

Advertisment

କରୋନା ଟିକା ଋଷିଆ ବ୍ୟତୀତ ଅନ୍ୟ କୌଣସି ଦେଶ ବାହାର କରି ନାହାନ୍ତି। ତେବେ ଖୁବଶୀଘ୍ର ଏହି ଟିକା ଭାରତକୁ ଆସିବ। ସେହି ଟିକା ଏଠାରେ ପୁଣିଥରେ ପରୀକ୍ଷା ହେଲା ପରେ ସାର୍ବଜନୀନ କରିବେ ସରକାର। ତେବେ ପ୍ରସ୍ତୁତିକୁ ଦେଖିଲେ ଟିକା ଆସିବାକୁ ୨୦୨୧ ଅଧା ହୋଇଯାଇପାରେ। ଏହା ଭିତରେ ମାଗଣା କରୋନା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି।

ବିହାର ନିର୍ବାଚନ ଇସ୍ତାହାରରେ ବିଜେପି କହିଛି, କ୍ଷମତାକୁ ଆସିଲେ ମାଗଣା ଟିକା ଦେବ। ବିଜେପିର ଏଭଳି ପ୍ରତିଶ୍ରୁତିକୁ ନେଇ ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ବିଜେପିକୁ କଡ଼ା ସମାଲୋଚନା କରିଛି। ହେଲେ ବିରୋଧୀ କଂଗ୍ରେସ ମଧ୍ୟ ପଛରେ ପଡ଼ିନି। ବିଜେପି ପରି କଂଗ୍ରେସ ଶାସିତ ପୁଡୁଚେରୀ ମାଗଣା କରୋନା ଟିକା ଦେବା ପାଇଁ ଘୋଷଣା କରିଛି। ସେହିଭଳି ତାମିଲନାଡୁରେ ଥିବା ଏଆଇଡିଏମକେ ସରକାର ମାଗଣା କରୋନା ଟିକା ନେଇ ଘୋଷଣା କରିଛି।publive-image

Advertisment

ବିଜେପିର ମାଗଣା ଟିକା ଫର୍ମୁଲାକୁ ଓଡ଼ିଶାରେ କାହିଁକି ଲାଗୁ କରାଯାଇ ପାରିବ ନାହିଁ? କେନ୍ଦ୍ରର ଦୁଇ ଓଡ଼ିଆ ମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାକୁ ନେଇ ଆଜି ଦିନତମାମ ରାଜନୀତି ହୋଇଛି। ରଣେନ୍ଦ୍ରଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ମାଗଣା ଟିକା ଦିଆଯିବ କହିଛନ୍ତି। ପଶୁମାନଙ୍କୁ ମାଗଣା ଟିକା ଦିଆଯାଉଛି, ମଣିଷମାନଙ୍କୁ ମଧ୍ୟ ଦିଆଯିବ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି, ତାଙ୍କ ଉପରେ ଚାପ ପଡ଼ୁଛି। ଅଡୁଆରେ ପଡ଼ିଛନ୍ତି, ତାଙ୍କୁ ବୋଧେ କିଏ ବୁଦ୍ଧି ଦେଉଛି ପ୍ରଶ୍ନ କରିବାକୁ ବୋଲି ପ୍ରତାପ କହିଛନ୍ତି।

ସବୁଠୁ ବଡ଼ କଥା ହେଲା ଦେଶରେ ନିର୍ବାଚନୀ ପ୍ରଚାର ବେଳେ ମାଗଣା ଟିକା ନେଇ ପ୍ରଚାର ଚାଲିଥିବା ବେଳେ ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ମଧ୍ୟ ସମାନ ଘୋଷଣା କରିଛନ୍ତି। ଜୋ ବିଡେନ୍ କହିଛନ୍ତି, ଯଦି ତାଙ୍କ ଦଳ ଶାସନ ଗାଦିରେ ବସିବ, ତା’ହେଲେ ଆମେରିକାବାସୀ ମାଗଣାରେ କରୋନା ଟିକା ପାଇବେ।

ନଭେମ୍ୱର ୩ରେ ଆମେରିକାରେ ଭୋଟ୍ ପଡିବାକୁ ଥିବା ବେଳେ ଏହାର ୧୧ ଦିନ ପୂର୍ବରୁ ଜୋ ବିଡେନଙ୍କ ଏଭଳି ମନ୍ତବ୍ୟ ଆମେରିକା ରାଜନୀତିକୁ ସରଗରମ କରିଛି। ତେବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘୋଷଣା କରିଛନ୍ତି ଆସନ୍ତା ସପ୍ତାହରେ କରୋନା ଟିକା ଆସିଯିବ। ହେଲେ ଏହାକୁ ମିଛ ବୋଲି କହିଛନ୍ତି ତାଙ୍କ ପ୍ରତିଦ୍ୱନ୍ଦୀ ଜୋ ବିଡେନ୍।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe