Advertisment

୨୫ରୁ ‘ଘରେଘରେ କଂଗ୍ରେସ’ ଅଭିଯାନ, ବିଜେଡି କଲା ‘ପ୍ରଶିକ୍ଷଣ ଶିବିର’କୁ ନେଇ ମାନସ ମନ୍ଥନ

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୩୦ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଯୁବ ଓ ଛାତ୍ର ସଭାପତି ମଧ୍ୟ ଉପସ୍ଥିତ ଥିଲେ।

congress

congress

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ପାଇଁ ୩ ପ୍ରମୁଖ ଦଳ ଅଂଟା ଭିଡ଼ିଛନ୍ତି । ବିଜେପି ରାଜ୍ୟରେ ନିଜର ପୁରୁଣା ଶୈଳୀରେ ୧୦୮ଟି ପ୍ରସଙ୍ଗକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ ସହ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ଚଳିତମାସ ୨୫ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ‘ଘରେ ଘରେ କଂଗ୍ରେସ’ ଅଭିଯାନ କରିବ । ଏପଟେ ବିଜେଡି ଆଜି ନିଜର ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡାକି ଆସନ୍ତା ସପ୍ତାହରୁ ପ୍ରତି ନିର୍ବାଚନମଣ୍ଡଳୀୱାରି ୨୦୦ଜଣଙ୍କୁ ଶଙ୍ଖ ଭବନରେ କିଭଳି ପ୍ରଶିକ୍ଷଣ ଦିଆଯିବ ଓ ଏହାର ରୂପରେଖ କ’ଣ ହେବ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଆଦି ସମ୍ପର୍କରେ ବିଚାରବିମର୍ଶ କରିଛି ।

Advertisment

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୩୦ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଯୁବ ଓ ଛାତ୍ର ସଭାପତି ମଧ୍ୟ ଉପସ୍ଥିତ ଥିଲେ।  ବୈଠକରେ ଆସନ୍ତା ସପ୍ତାହରେ ଦଳ ପକ୍ଷରୁ ଆରମ୍ଭ ହେବାକୁ ଥିବା ‘ପ୍ରଶିକ୍ଷଣ ଶିବିର’ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ବାଚନମଣ୍ଡଳୀୱାରି ଯେଉଁ ୨୦୦ଜଣ ସକ୍ରିୟ କର୍ମୀଙ୍କୁ ଶଙ୍ଖ ଭବନକୁ ପ୍ରଶିକ୍ଷଣ ପାଇଁ ଅଣାଯିବ ସେମାନେ(ମାଷ୍ଟର ଟ୍ରେନର) କିଭଳି ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବେ ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହାସହିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ପ୍ରକଳ୍ପ କାର୍ଯ୍ୟ ଦଶହରା ପରେ ଆରମ୍ଭ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଦିଆଯାଇଛି। ସେହିପରି ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ବି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିଜେଡି ପକ୍ଷରୁ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ୧୪ଟି ଟିମ୍ ଗଠନ ହୋଇଛି, ଯେଉଁମାନେ ପ୍ରତ୍ୟେକ ଦିନ ୪ରୁ ୫ଟି ନିର୍ବାଚନମଣ୍ଡଳୀର ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବେ । ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ସଫଳତା ଓ ବିିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଏହି ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷିତ କରାଯିବ ।

ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫ ତାରିଖରୁ "ଘରେ ଘରେ କଂଗ୍ରେସ ଅଭିଯାନ" ଆରମ୍ଭ କରାଯିବ ।  ଓଡ଼ିଶା ପ୍ରଭାରୀ, ସାଂସଦ ଡଃ ଏ ଚେଲ୍ଲା କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଦୀର୍ଘ ୨୧ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ଲକ ତଥା ପ୍ରତ୍ୟେକ ପଂଚାୟତରେ କରାଯିବ । ଘରେ ଘରେ କଂଗ୍ରେସ ଅଭିଯାନକୁ ସମସ୍ତ ଦଳୀୟ ସାଂସଦ-ବିଧାୟକ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ,ଏଆଇସିସି ଓ ପିସିସି କର୍ମକର୍ତ୍ତା , ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ଓ ବ୍ଲକ କଂଗ୍ରେସ କର୍ମକର୍ତ୍ତା, ଯୁବଛାତ୍ର, ମହିଳା, ସେବାଦଳ ସମେତ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ପଦାଧିକାରୀ, ସମସ୍ତ କଂଗ୍ରେସର ନିର୍ବାଚିତ ପଂଚାୟତ, ପୌର ଓ ସମବାୟ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କଂଗ୍ରେସ ବାର୍ତା ଘରେ ଘରେ ପଂହଚାଇବେ ବୋଲି ସେ କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ଓ ଭ୍ରଷ୍ଟାଚାର ସମ୍ପର୍କରେ ରାଜ୍ୟବାସୀଙ୍କୁ ଘରକୁ ଘର ଯାଇ କଂଗ୍ରେସ ଅବଗତ କରାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment
Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe