ମୋହନ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ, ପ୍ରଭାତୀ ପ୍ରଥମଥର ଜିତି ଉପମୁଖ୍ୟମନ୍ତ୍ରୀ

ବିଜେପି ରାଜ୍ୟରେ ନିଜର ପ୍ରଥମ ସରକାରରେ ମୋହନ,କେଭି ଓ ପ୍ରଭାତୀଙ୍କ ମାଧ୍ୟମରେ ଉପକୂଳ,ଉତ୍ତର ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଆଞ୍ଚଳିକ ସନ୍ତୁଳନ କାଏମ କରିବା ଏବଂ ସାଧାରଣ ବର୍ଗ, ଆଦିବାସୀ,ମହିଳା ଓ ପଛୁଆବର୍ଗର ସାମାଜିକ ସମୀକରଣକୁ ପାଳନ କରିବାକୁ ପ୍ରୟାସ କରିଛି ।

BJP

ବାମରୁ କେଭି, ମୋହନ ମାଝୀ ଓ ପ୍ରଭାତୀ (ଫାଇଲ ଫଟୋ)

Ordigital Desk
  • Published: Tuesday, 11 June 2024
  • Updated: 11 June 2024, 07:15 PM IST

Sports

Latest News

ରାଜ୍ୟରେ ପ୍ରଥମ ବିଜେପି ସରକାର ଆସନ୍ତାକାଲି ଶପଥ ନେବ । ଦଳ ନିଜର ମୁଖ୍ୟମନ୍ତ୍ରୀ ଭାବେ ୪ଥରର ବିଧାୟକ ୫୩ବର୍ଷୀୟ ମୋହନ ଚରଣ ମାଝୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ୫ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ ଏବଂ ନବାଗତା ପ୍ରଭାତୀ ପରିଡ଼ାଙ୍କ ନାଁ ଘୋଷଣା କରିଛି।

ବିଜେପି ରାଜ୍ୟରେ ନିଜର ପ୍ରଥମ ସରକାରରେ ମୋହନ,କେଭି ଓ ପ୍ରଭାତୀଙ୍କ ମାଧ୍ୟମରେ ଉପକୂଳ,ଉତ୍ତର ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଆଞ୍ଚଳିକ ସନ୍ତୁଳନ କାଏମ କରିବା ଏବଂ ସାଧାରଣ ବର୍ଗ, ଆଦିବାସୀ,ମହିଳା ଓ ପଛୁଆବର୍ଗର ସାମାଜିକ ସମୀକରଣକୁ ପାଳନ କରିବାକୁ ପ୍ରୟାସ କରିଛି । ୧୯୯୭ ମସିହାରୁ ସରପଂଚ ଭାବେ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ୫୩ବର୍ଷୀୟ ମୋହନ ମୁଖ୍ୟମନ୍ତ୍ରୀ ହେବେ।

ପ୍ରଥମଥର ପାଇଁ ନିର୍ବାଚତ ଜିତିଥିବା ୫୮ବର୍ଷୀୟା ପ୍ରଭାତୀ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ। ସେହିପରି ୬୮ବର୍ଷୀୟ ବରିଷ୍ଠ ନେତା କେଭି ସିଂହଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ । ରାଜ୍ୟରେ ପ୍ରଥମଥର ପାଇଁ ବିଜେପିର ସରକାର ହେବ।

Also Read

ମୋହନ ଚରଣ ମାଝୀ

୧୯୭୨ ମସିହା ଜାନୁୟାରୀ ୬ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଇକଳା ଗାଁରେ ଜନ୍ମିତ ମୋହନ ଚରଣ ମାଝୀ ବିଏ୍ ପାସ୍ କରିଛନ୍ତି । ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଜଣେ ଡାକ୍ତର । ତାଙ୍କର ଦୁଇ ପୁଅ ଅଛନ୍ତି । ସେ ସାମାଜିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେ ନିଜର ଅବସର ସମୟରେ ଗୀତ ଗାଇବା ଓ ପଢ଼ିବାକୁ ଭଲ ପାଇଥାନ୍ତି ।

ମୋହନ ମଧ୍ୟ କେନ୍ଦୁଝର ରାଇକଳା ରାଇଜି ଷ୍ଟାର କ୍ଲବର ଜଣେ ପେଷାଦାର ଫୁଟବଲ ଖେଳାଳୀ । ତେବେ ୧୯୯୭ ମସିହାରେ ନିଜ ପଂଚାୟତରୁ ସରପଂଚ ଜିଜିଥିବା ମୋହନ ୨୦୦୦ ମସିହାରେ ରାଜ୍ୟରେ ବିଜେଡି ଓ ବିଜେପି ମେଂଟ ପ୍ରାର୍ଥୀ ଭାବେ କେନ୍ଦୁଝର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୪ରେ ଦ୍ୱିତୀୟ ଥର ନିର୍ବାଚିତ ହେବାପରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

ପୁଣିଥରେ ୨୦୧୯ରେ ସେ ବିଧାନସଭାକୁ ଫେରିଥିଲେ । ଆଉ ବିଜେପି ତାଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲା । ମୋହନ ନିଜର ବଳିଷ୍ଠ ଯୁକ୍ତି ଓ ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ବେଶ୍ ଶାଣିତ ଢଙ୍ଗରେ ନିଜର ସ୍ୱର ଉଠାଇଥାନ୍ତି।

କେଭି ସିଂହଦେଓ

ବଲାଙ୍ଗୀର ରାଜପରିବାର ଦାୟାଦ ତଥା ପାଟଣା ରାଜା କେଭି ସିଂହଦେଓ ରାଜ୍ୟରେ ବିଜେପିର ପ୍ରଥମ ସରକାର ଉପମୁଖ୍ୟମନ୍ତ୍ରୀ ହେବେ । ୧୯୫୬ ଜୁନ୍ ୧୪ତାରିଖରେ ଜନ୍ମିତ କେଭି ୧୯୯୫ ମସିହାରୁ ପାଟଣାଗଡ଼ରୁ କ୍ରମାଗତ ନିର୍ବାଚିତ ହୋଇଆସୁଛନ୍ତି । ସେ ମଝିରେ କେବଳ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରିଥିବା କେଭି ଷଷ୍ଠଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ରାଜ୍ୟରେ ମେଂଟ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ପାୱାରଫୁଲ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ।

ରାଜପରିବାରର ସଦସ୍ୟ ତଥା ପଶ୍ଚିମଓଡ଼ିଶାରେ ବିଜେପିର ଚେହେରା ଭାବେ କେଭି ପରିଚିତ । କେଭିଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଆସୀନ କରାଇ ବିଜେପି ରାଜ୍ୟରେ ଆଂଚଳିକ ବୈଷମ୍ୟ ଦୂର କରିବା ସହ ରାଜ୍ୟର ସାମଗ୍ରିକ ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ଚାହିଁଛି । କେଭିଙ୍କ ପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବଲାଙ୍ଗିରର ବିଜେପି ସାଂସଦ ଅଛନ୍ତି । କେଭିଙ୍କ ଏକମାତ୍ର ଝିଅ ରାଜ୍ୟ ବାହାରେ ବିବାହ କରିଛନ୍ତି ।

ପ୍ରଭାତୀ ପରିଡ଼ା

ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୫୭ବର୍ଷୀୟା ପ୍ରଭାତୀ ବିଜେପିର ଜଣେ ଆଗଧାଡ଼ିର ମହିଳା ଓ ଓବିସି ଚେହେରା । ପ୍ରଥମଥର ପାଇଁ ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କ ଶାଶୁଘର ନିମାପଡ଼ାର ତେରୁଣ୍ଡିଆ ଗାଁରେ । ପ୍ରଭାତୀ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେହିବର୍ଷ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍ ଭାବେ ନିଜକୁ ପଞ୍ଜିକୃତ କିରଥିଲେ। ୨୦୦୫ ମସିହାରେ ସେ ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଜି କରିଛନ୍ତି । ସେ ଚଳିତ ନିର୍ବାଚନରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୩.୬୪କୋଟି ଟଙ୍କା ଦର୍ଶାଇଛନ୍ତି।

 ପ୍ରଭାତୀ ୨୦୦୯ ମସିହାରୁ ନିମାପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ ଚଳିତଥର ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି । ସେ ବିଜେଡିର ଦିଲ୍ଲୀପ ନାୟକଙ୍କୁ ୪୫୮୮ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବିଜେଡି ସେହି ଆସନରେ ପ୍ରଭାତୀଙ୍କୁ ହରାଇବା ପାଇଁ ପୁରା ଦମରେ ଲାଗିପଡ଼ିଥିଲେ ମଧ୍ୟ ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story