/odisha-reporter/media/post_attachments/uploadimage/library/16_9/16_9_0/IMAGE_1707881637.jpg)
Anshuman Mohanty
କଂଗ୍ରେସକୁ ମିଳିଲା ଆଉ ଏକ ଝଟକା। ଦଳ ଛାଡ଼ିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଂଶୁମାନ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।
Advertisment
୨୦୧୪ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ା ରାଜନଗରରୁ କଂଗ୍ରେସର ବିଧାୟକ ଥିଲେ। ତେବେ ସେ କାହିଁକି ଦଳ ଛାଡ଼ିଲେ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି। ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ। ଅଂଶୁମାନ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳକୁ ଯିବେ ତାହା ଜଣାପଡ଼ିନାହିଁ।
ଗତ ଦୁଇ ଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ। ନିହାର ମହାନନ୍ଦ ପରେ ଅଂଶୁମାନ କଂଗ୍ରେସ ଛାଡ଼ିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପୂର୍ବତନ ବିଧାୟକ ମାନେ କଂଗ୍ରେସ ହାତ ଛାଡ଼ିବା ଦଳ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
