Advertisment

ନିର୍ବାଚନ ପୂର୍ବରୁ କମିବ କି ତୈଳ ଦର? କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଇନ୍ଧନ ମୂଲ୍ୟ ହ୍ରାସ କରିବେ ? ଏପରି କହିଲେ କେନ୍ଦ୍ର ମନ୍ତ୍ରୀ...

ଅଦ୍ୟତନ ହୋଇଛି
Hardeep Singh Puri

Hardeep Singh Puri

Advertisment

ନିର୍ବାଚନୀ ମାହୋଲ୍ ଆସିଲେ ଦରଦାମ୍ ହ୍ରାସପାଏ। ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ତୈଳ ଦର ହ୍ରାସ ପାଇବ, ଏପରି ଧାରଣା ଭୁଲ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। କେନ୍ଦ୍ର ଗୃହ ଓ ନଗର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ କହିଛନ୍ତି, ଏହା ଏକ ଭୁଲ୍ ଧାରଣା ଯେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଇନ୍ଧନ ମୂଲ୍ୟ ହ୍ରାସ କରିବେ।

Advertisment

ଜି-୨୦ ଶିଖର ସମ୍ମିଳନୀରେ ହରଦୀପଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଜବାବରେ ସେ କହିଛନ୍ତି, ଗଣମାଧ୍ୟମରେ ଏପରି ସୂଚନା ପ୍ରସାରିତ ହେଉଛି, କିନ୍ତୁ ଏହାର କୌଣସି ସଠିକତା ନାହିଁ। ତୈଳ ଦର ସର୍ବଦା ବିଭିନ୍ନ ଦିଗ ଉପରେ ନିର୍ଭର କରି ବୃଦ୍ଧିପାଏ। ଯେପରିକି ପରିବହନ ଖର୍ଚ୍ଚ, ଅନ୍ତର୍ଜାତୀୟ ମୂଲ୍ୟ, ବିଶୋଧନ ଖର୍ଚ୍ଚ ଓ ଟିକସ ଭଳି ଅନେକ ଦିଗ ଉପରେ ନିର୍ଭର କରେ। ସରକାର ଏହି ସବୁ କ୍ଷେତ୍ର ଉପରେ କିପରି ପରିଚାଳନା କରୁଛନ୍ତି ତା' ଉପରେ ତୈଳ ଦର ନିର୍ଭର କରେ ବୋଲି ହରଦୀପ କହିଛନ୍ତି। 

ମହାମାରୀ ପରେ ୨୦୨୨ରେ କିପରି ତୈଳ ଦର ହ୍ରାସ ପାଇଲା ବୋଲି ପ୍ରଶ୍ନରେ ପୁରୀ କହିଛନ୍ତି, ତୈଳ ରପ୍ତାନୀ କରୁଥିବା ଦେଶଗୁଡିଙ୍କୁ ଦର ହ୍ରାସ କରିବାକୁ ଭାରତ ସରକାର କହି ନଥିଲେ, ବରଂ ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବାରୁ ଦର ହ୍ରାସ ପାଇଥିଲା। ଏଥିସହ ବିଜେପି ଶାସିତ ରାଜ୍ୟଗୁଡିକରେ ସରକାର ଇନ୍ଧନ ଉପରେ ମୂଲ୍ୟଯୁକ୍ତ ଟିକସ ହ୍ରାସ କରି ତୈଳ ଦର ୮ରୁ ୧୧ ଟଙ୍କା ହ୍ରାସ କରାଇଥିବା ସେ କହିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ବିରୋଧୀ ମେଣ୍ଟ ଇଣ୍ଡିଆ ବିଷୟରେ ପଚରାଯାଇଥିଲା। ଏହାର ଜବାବରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ହୋଇଥିବା ଏକ ବାର୍ତ୍ତାଳାପକୁ ମନେ ପକାଇ କଟାକ୍ଷ କରିଛନ୍ତି। ପୁରୀ କହିଛନ୍ତି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ଯେ, ସେ ବଂଶବାଦ ରାଜନୀତିର ବିରୋଧୀ ଅଟନ୍ତି। କିନ୍ତୁ ବର୍ତ୍ତମାନ ସେ ବିରୋଧୀଙ୍କ ମିଳିତ ମେଣ୍ଟ ଇଣ୍ଡିଆରେ, ଏହା ହିଁ ରାଜନୀତି ବୋଲି ପୁରୀ କହିଛନ୍ତି। 

Petrol Price Fuel Prices Hardeep Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe