Advertisment

‘ଇଣ୍ଡିଆ’ ମେଣ୍ଟର ବଡ଼ ନିଷ୍ପତ୍ତି, ଏହି ୧୪ ଜଣ ନ୍ୟୁଜ ଆଙ୍କରଙ୍କ ଶୋ’କୁ ଯିବେନି କୌଣସି ନେତା

ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

author-image
Hemant Lenka
INDIA

INDIA

ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଜେପି ସହ ରାଜନୀତିକ ଲଢ଼େଇ ପୂର୍ବରୁ ମେଣ୍ଟ ପ୍ରଥମେ ବିଭିନ୍ନ ଟିଭି ଚ୍ୟାନେଲର ତଥାକଥିତ ବଡ଼ବଡ଼ ଆଙ୍କରମାନଙ୍କ ବିରୋଧରେ ବୟକଟ ଭଳି ପଦକ୍ଷେପ ନେଇଛି।

Advertisment

ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ତେଣୁ ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

Advertisment

ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ।

ଏହି ତାଲିକାରେ ମୁକେଶ ଅମ୍ବାନୀଙ୍କ ନ୍ୟୁଜ ଚ୍ୟାନେଲ ନ୍ୟୁଜ ୧୮ର ସର୍ବାଧିକ ଆଙ୍କର ରହିଛନ୍ତି। ସେହିପରି ରିପବ୍ଲିକ ନେଟୱର୍କର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଆଜତକର ସୁଧୀର ଚୌଧୁରୀଙ୍କ ନାଁ ମଧ୍ୟ ରହିଛି।

କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରି ଇଣ୍ଡିଆର ମିଡିଆ କମିଟି ୧୪ ଜଣ ଆଙ୍କରଙ୍କ ତାଲିକା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଆଉ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଇଣ୍ଡିଆ ମେଣ୍ଟ ଟାଇମ୍ସ ନାଓଁ, ରିପବ୍ଲିକ ଭାରତ, ସୁଦର୍ଶନ ନ୍ୟୁଜ ଓ ଦୂରଦର୍ଶନ ଭଳି ୪ଟି ଚ୍ୟାନେଲକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର କୌଣସି ନେତା ପ୍ରତିକ୍ରିୟା ଦେଇ ନାହାନ୍ତି।

କେଉଁ ସବୁ ଆଙ୍କରମାନଙ୍କ ବୟକଟ କରାଯିବ

୧- ଆଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ)

୨- ଅମନ ଚୋପ୍ରା(ନ୍ୟୁଜ ୧୮)

୩- ଅମିଶ ଦେବଗନ(ନ୍ୟୁଜ ୧୮)

୪- ଆନନ୍ଦ ନରସିମା(ନ୍ୟୁଜ ୧୮)

୫- ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ)

୬- ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ)

୭- ଚିତ୍ରା ତ୍ରିପାଠୀ(ଆଜତକ)

୮- ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ)

୯- ନାବିକା କୁମାର(ଟାଇମ୍ସ ନାଓ)

୧୦- ପ୍ରାଚୀ ପାରାଶର(ଇଣ୍ତିଆ ଟିଭି)

୧୧- ରୁବିକା ଲିୟାକତ(ଭାରତ ୨୪)

୧୨- ଶିବ ଅରୁର(ଇଣ୍ତିଆ ଟୁଡେ)

୧୩- ସୁଧୀର ଚୌଧୁରୀ(ଆଜତକ)

୧୪- ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)

India Opposition