Advertisment

ଜି-20 ନୈଶ୍ୟ ଭୋଜନ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚଡି ଦେବ ଗୌଡାଙ୍କୁ ନିମନ୍ତ୍ରଣ

ଜି-20 ଶିଖର ସମ୍ମିଳନୀ ପାଇଁ ଆୟୋଜିତ ଡିନର୍ ପାର୍ଟିରେ ଯୋଗଦତେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚଡି ଦେବ ଗୌଡାଙ୍କୁ ପଠାଗଲା ନିମନ୍ତ୍ରଣ।

author-image
Debibandita Barick
Former PM Manmohan Singh And HD Dev Gouda File Phote

Former PM Manmohan Singh And HD Dev Gouda File Phote

ବିଶ୍ୱର ଶୀର୍ଷ ନେତାଙ୍କୁ ନେଇ ଆୟୋଜିତ ଜି-20 ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ନୈଶ୍ୟ ଭୋଜନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବହୁ ବିଶିଷ୍ଟ ନେତା ତଥା ମାନ୍ୟ ଗଣ୍ୟ ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। କିନ୍ତୁ ଏପଟେ ନୈଶ୍ୟ ଭୋଜନ ନିମନ୍ତ୍ରଣ ପତ୍ରକୁ ନେଇ ରାଜନୈତିକ ତୁମ୍ବି ତୁଫାନ ଦେଖିବାକୁ ମିଳୁଛି।

Advertisment

ନୈଶ୍ୟ ଭୋଜନ ନିମନ୍ତ୍ରଣ ପତ୍ରରେ ପାରମ୍ପାରିକ 'ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ' ଲେଖାନଯାଇ କାହିଁକି 'ପ୍ରେସିଡେଣ୍ଟ ଅଫ୍ ଭାରତ' ଲେଖାଗଲା ତାର କାରଣ ଖୋଜୁଛନ୍ତି ବିରୋଧୀ। ଏହାରି ମଧ୍ୟରେ ରାତ୍ର ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚଡି ଦେବ ଗୌଡାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି। କିନ୍ତୁ ଉଭୟ ଯୋଗଦେବେ କି ନାହିଁ ଏଯାଏଁ ସ୍ପଷ୍ଟ କରି ନାହାଁନ୍ତି।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୈଶ୍ୟ ଭୋଜନରେ ଯୋଗଦେବେ ବୋଲି କହିଛନ୍ତି। ଜେଡି (ଏସ୍) ମୁଖ୍ୟ ନୀତିଶ କୁମାର ଆଜି ଦିଲ୍ଲୀ ଅଭିମୁଖେ ବାହାରିବେ। ଏହି କାର୍ଯ୍ୟକ୍ରମରେ ନୀତିଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ। 2022 ପରଠାରୁ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ବୈଠକ ହେବ। ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜିର ରାତ୍ର ଭୋଜନରେ ଯୋଗଦେବେ ବୋଲି ନିଶ୍ଚିତ କରିଛନ୍ତି। ଟିଏମସିର ମୁଖ୍ୟ ମମତାଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିଜେପି।

Advertisment

ସେପ୍ଟେମ୍ବର 9-10 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-20 ସମ୍ମିଳନୀରେ ଆମେରିକା, ବ୍ରିଟେନ, କାନାଡା ଏବଂ ୟୁରୋପୀୟ ୟୁନିଅନ୍ ସମେତ ବିଭିନ୍ନ ଦେଶର ବରିଷ୍ଠ ନେତାମାନେ ଯୋଗଦେବେ। ଆଜି ବିଶ୍ୱର ଏହି ଶୀର୍ଷ ନେତାମାନେ ଦିଲ୍ଲୀରେ ପହଞ୍ଚିବେ। ସେମାନଙ୍କୁ ସ୍ୱାଗତ କରିବା ପାଇଁ ରାଜକୀୟ ଢଙ୍ଗରେ ସଜାଯାଇଥିବା ପ୍ରଗତି ମଇଦାନରେ ନୂଆ କରି ଉଦଘାଟିତ ହୋଇଥିବା ଭାରତ ମଣ୍ଡପମଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ଆଜି ରାତ୍ରିରେ ଏକ ନୈଶ୍ୟ ଭୋଜନର ଆୟୋଜନ କରାଯାଇଛି। ଖାଦ୍ୟ ତାଲିକାରେ ଦେଶର ବିଭିନ୍ନ ପାରମ୍ପାରିକ ଖାଇବା ରହିଛି, ଯେଉଁଥିରେ ଆମ ରାଜ୍ୟର ମାଣ୍ଡିଆ ମଧ୍ୟ ସ୍ଥାନ ପାଇଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ତେବେ ଡିନର୍ ପାର୍ଟିରେ ପ୍ରାୟ 500 ବିଜନେସ୍ ଲିଡର୍ ଉପସ୍ଥିତ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Manmohan Singh G20 Summit G20 G20 Dinner Deve Gowda