Advertisment

ବାଇଡେନ୍‌ଙ୍କ କୋଭିଡ ରିପୋର୍ଟ ନେଗେଟିଭ, କାଲି ଆସିବେ ଭାରତ

ବାଇଡେନ୍ ଆସନ୍ତା କାଲି ଅର୍ଥାତ ଗୁରୁବାର ଭାରତରେ ପହଞ୍ଚି ଜି-୨୦ ଶିଖର ସମ୍ମିଳନୀରେ ଭାଗନେବେ । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ।

author-image
Niharika Rout
Joe Biden

Joe Biden

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଜୋ ବାଇଡେନଙ୍କର କୋଭିଡ୍ ନେଗେଟିଭ୍ ବାହାରିବା ପରେ ସେ ଭାରତ ଆସି ଜି୨୦ ବୈଠକରେ ଯୋଗେ ଦେବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ୍ କରାଯାଇଛି।

Advertisment

ବାଇଡେନ୍ ଆସନ୍ତା କାଲି ଅର୍ଥାତ ଗୁରୁବାର ଭାରତରେ ପହଞ୍ଚି ଜି-୨୦ ଶିଖର ସମ୍ମିଳନୀରେ ଭାଗନେବେ । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହାପରେ ଶନିବାର ଓ ରବିବାର ସେ ଜି୨୦ ବୈଠକରେ ଯୋଗ ଦେବେ। ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଆସିଛି।

ହ୍ୱାଇଟ ହାଉସ ପ୍ରେସ୍‌ ସେକ୍ରେଟାରୀଙ୍କ ସୂଚନା ଅନୁଯାୟୀ, ନିଜ ଗସ୍ତ କାଳରେ ଆମେରିକା ରାଷ୍ଟ୍ରପତି ବାଇଡେନ କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରିବେ। ଏପରିକି ବିଭିନ୍ନ ଦେଶର ମୁଖ୍ୟଙ୍କ ସହ ସାକ୍ଷାତ, ଆଲୋଚନା ତଥା ଜି୨୦ ବୈଠକ ସମୟରେ ସେ ମାସ୍କ ପରିଧାନ କରିବେ। ଏପରିକି ନୂଆ ଦିଲ୍ଲୀ ଅଭିମୁଖେ ଗସ୍ତ କରିବା ପୂର୍ବରୁ ବାଇଡେନ ତଥା ତାଙ୍କ ସହ ଆସିବାକୁ ଥିବା ବ୍ୟକ୍ତିବିଶେଷଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାଯାଇଛି।

Advertisment

ଆମେରିକାର ପ୍ରଥମ ମହିଳା ତଥା ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଗତ ସୋମବାର କୋଭିଡ୍ ପଜିଟିଭ୍ ଜଣା ପଡିଥିଲା। ଏହାପରେ ବାଇଡେନଙ୍କ ଭାରତ ଗସ୍ତ ନେଇ ଆଶଙ୍କା ପ୍ରକଟ କରାଯାଇଥିଲା। ମାତ୍ର ଜୋ ବାଇଡେନଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ ଆସିଥିବାରୁ ଉଭୟ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।  

G20 Summit Joe Biden Narendra Modi