Advertisment

ଆଜି ଭାରତ ଆସୁଛନ୍ତି ବାଇଡେନ, ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର

ବାଇଡେନ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ନୂଆଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାଯାଇଛି। ଏହାପରେ ସିଧାସଳଖ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ।

ଅଦ୍ୟତନ ହୋଇଛି
Joe Biden

Joe Biden

Advertisment

ଆସନ୍ତାକାଲି ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିବେ ବିଶ୍ୱସ୍ତରୀୟ ନେତା। ସମସ୍ତଙ୍କ ନଜର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡଡେନଙ୍କ ଉପରେ ରହିଛି। ବାଇଡେନ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ନୂଆଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାଯାଇଛି। ଏହାପରେ ସିଧାସଳଖ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ।

Advertisment

ବାଇଡେନ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆଜି ପହଞ୍ଚିବେ ବୋଲି ହ୍ୱାଇଟ ହାଉସ୍‌ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା । ଫଳରେ ବାଇଡେନଙ୍କ ଭାରତ ଗସ୍ତ ଏବେ ୪ ଦିନ ପରିବର୍ତ୍ତେ ୩ ଦିନରେ ସମାପ୍ତ ହେବ । ନିଜ ଭାରତ ଗସ୍ତ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାକୁ ଅଧିକ ମଜବୁତ ଓ ସଶକ୍ତ କରିବାକୁ ବାଇଡେନ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲଇ ହ୍ୱାଇଟ ହାଉସ ପକ୍ଷରୁ ଟ୍ୱିଟ କରାଯାଇଛି।

ବାଇଡେନଙ୍କ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଏୟାରପୋର୍ଟଠାରୁ ହୋଟେଲ ଆଇଟିସି ମୌର୍ଯ୍ୟ ପର୍ଯ୍ୟନ୍ତ ତାଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉକ୍ତ ହୋଟେଲରେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଜିମି କାର୍ଟର, ଜର୍ଜ ଡବ୍ଲ୍ୟୁ ବୁଶ୍‌, ବାରାକ ଓବାମା, ହୋନାଲ୍ଡୋ ଟ୍ରମ୍ପ ବି ରହି ସାରିଛନ୍ତି।

Advertisment

ବାଇଡେନ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲର ୧୪ତମ ମହଲାରେ ଥିବା ଗ୍ରାଣ୍ଡ ପ୍ରେସିଡେଣ୍ଟିଆଲ ସୁଟ୍‌ ‘ଚାଣକ୍ୟ’ ରେ ରହିବେ । ବାଇଡେନଙ୍କୁ ୧୪ତମ ମହଲା ପର୍ଯ୍ୟନ୍ତ ନେବା ପାଇଁ ହୋଟେଲରେ ଏକ ସ୍ପେଶାଲ ଲିଫ୍ଟର ବ୍ୟବସ୍ଥା କରାଯାଇଛି। ଏଥିସହ ରାଷ୍ଟ୍ରପତିଙ୍କ ରହଣୀ ସମୟରେ ହୋଟେଲର ପ୍ରତି ମହଲାରେ ରାଷ୍ଟ୍ରପତିଙ୍କ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ ହେବେ।

ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ୱିତୀୟ ସ୍ତରରେ ଭାରତର ସ୍ୱତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ଶେଷରେ ଆଭ୍ୟନ୍ତର ସର୍କଲରେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ମୁତୟନ ହେବେ।

ଭାରତରେ ପହଞ୍ଚିବା ପରେ ବାଇଡଷନ ନିଜର ‘ଦି ବିଷ୍ଟ’ କାର୍‌ରେ ଯାତାୟତ କରିବେ । ‘ଦି ବିଷ୍ଟ’ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସରକାରୀ କାର୍। ଏହି କାଡିଲାକ୍ (ବିଳାସପୂର୍ଣ୍ଣ କାର୍) ଆମେରିକାର ବିଶାଳ ସାମରିକ ପରିବହନ ବିମାନ ବୋଇଂ ସି-୧୭ ଗ୍ଲୋବ୍‌ମା‌ଷ୍ଟର୩ ଯୋଗେ ଭାରତ ଆସିବ। ବିଶ୍ବର ସବୁଠାରୁ ମଜଭୁତ ଓ ସବୁଠାରୁ ନିରାପଦ ଭାବେ ଜଣାଶୁଣା ଏହି ବୁଲେଟ୍‌ପ୍ରୁଫ୍ କାର୍‌କୁ ଆମେରିକା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ସବୁବେଳେ ଜଗିବେ। ଅନ୍ୟ ଅତିଥିଙ୍କ ତୁଳନାରେ ବାଇଡେନଙ୍କ କାର୍‌କେଡ ଆକାର ଖୁବ ବିଶାଳକାୟ ହେବ ବୋଲି ଜଣାଯାଇଛି। କାରଣ ଏଥିରେ ୫୫ରୁ ୬୦ ଗାଡ଼ି ସାମିଲ ହେବ ।

ଭାରତୀୟ ସେନା ଓ ବାୟୁସେନାର ହେଲିକପ୍ଟରଗୁଡ଼ିକ ଆକାଶରେ ଚକ୍କର କାଟି ଦିଲ୍ଲୀ ଉପରେ ନଜର ରଖିବେ। ଏହି ହେଲିକପ୍ଟରଗୁଡ଼ିକରେ ‌ସେନା ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର କମାଣ୍ଡୋମାନେ ରହିବେ। ବହୁ ସ୍ଥାନରେ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ଏବଂ ଦିଲ୍ଲୀର ବହୁତଳ ପ୍ରାସାଦଗୁଡ଼ିକରେ ଏନ୍‌ଏସ୍‌ଜି ଓ ସେନାର ସ୍ନିପରମାନେ ମୁତୟନ ହେବେ।

ଜି-୨୦ ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ରିପବ୍ଲିକ ଅଫ୍‌ କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଓ ୟୁରୋପ ସଂଘ ସାମିଲ ହେବେ। ତେଣୁ ଏହି ସବୁ ଦେଶର ନେତାମାନେ ମଧ୍ୟ ଆଜି ଭାରତରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ୍ ଆଜିଅପରାହ୍ନ ୧ଟଶ ୪୦ରେ ନୂଆଦିଲ୍ଲୀରେ ପହଞ୍ଚିବାକୁ ସମୟ ଧାର୍ଯ୍ୟ ହୋଇଛି। 

ଦେଶ ବିଦେଶରୁ ଆସିବାକୁ ଥିବା ଅତିଥିଙ୍କ ପାଇଁ ନୂଆ ଦିଲ୍ଲୀର ୧୧ଟି ଷ୍ଟାର ହୋଟେଲ ପ୍ରସ୍ତୁତ ହୋଇ ରହିଛି।

Joe Biden G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe