Advertisment

ଜି-୨୦ ସମ୍ମିଳନୀର ଆଜି ଅନ୍ତିମ ଦିନ; ବିଷୟବସ୍ତୁ ରହିଛି 'ୱାନ୍ ଫ୍ୟୁଚର'

ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବା କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
G20

G20

Advertisment

ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି  ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ।

Advertisment

ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବା କାର୍ଯ୍ୟକ୍ରମ ରହିଛି। ପରେ ୧୦ଟା ୧୫ ବେଳକୁ ଭାରତ ମଣ୍ଡପମକୁ ଆଗମନ କରିବେ ବିଶ୍ୱନେତାମାନେ। ଭାରତ ମଣ୍ଡପମ୍ ସାଉଥ୍ ପ୍ଲାଜା ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ପରେ ୧୦ଟା ୩୦ରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀର ତୃତୀୟ ଅଧିବେଶନ। ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁଥିବା ବେଳେ ଏଥିରେ ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ କରିବେ ବିଶ୍ୱନେତା।

ଗତକାଲି ପ୍ରଥମ ଦିନରୁ ହିଁ ଭାରତକୁ ମିଳିଥିଲା ବଡ଼ ସଫଳତା। ଜି-୨୦ ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଂଜୁରୀ ମିଳିବା ସହ ଭାରତର ପ୍ରସ୍ତାବ କ୍ରମେ ନୂଆ ସ୍ଥାୟୀ ସଦସ୍ୟଭାବେ ୫୫ ଦେଶ ବିଶିଷ୍ଟ ଆଫ୍ରିକାନ୍ ୟୁନିୟନକୁ ଜି-୨୦ ରେ ସାମିଲ କରାଯାଇଥିଲା।

Advertisment
G20 Summit Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe