Advertisment

ଆଫ୍ରିକୀୟ ଦେଶ ଗାବୋନରେ ବିଦ୍ରୋହ, ରାଷ୍ଟ୍ରପତି ଗୃହବନ୍ଦୀ!

ନାଇଜର ପରେ ଆଉ ଏକ ଆଫ୍ରିକୀୟ ଦେଶରେ ସାମାଜିକ ବିଦ୍ରୋହ। ଗାବୋନରେ ନିର୍ବାଚନ ଫଳାଫଳକୁ ନେଇ ହଙ୍ଗାମା।

author-image
Debibandita Barick
ଅଦ୍ୟତନ ହୋଇଛି
During Announcement

During Announcement

ନାଇଜର ପରେ ଆଉ ଏକ ଆଫ୍ରିକୀୟ ଦେଶରେ ସାମାଜିକ ବିଦ୍ରୋହ। ଗାବୋନରେ ନିର୍ବାଚନକୁ ନେଇ ଚାଲିଥିବା ହିଂସାରେ ସେନା ନେଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ନିର୍ବାଚନ ଫଳାଫଳକୁ ବାତିଲ୍ କରିବା ସହ ବର୍ତ୍ତମାନର ସରକାରକୁ ଭାଙ୍ଗି ଦିଆଯାଇଥିବା ଘୋଷଣା କରିଛନ୍ତି।

Advertisment

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜି (୩୦ ଅଗଷ୍ଟ)ରେ ଗାବୋନ ସୈନିକମାନେ ଟେଲିଭିଜନ ମାଧ୍ୟମରେ ବର୍ତ୍ତମାନର ଶାସନକୁ ସମାପ୍ତ କରାଯାଇଥିବା ନେଇ ଘୋଷଣା କରିଛନ୍ତି। ଏଥିସହ ରାଷ୍ଟ୍ରପତି ଅଲି ବଙ୍ଗୋ ଓଣ୍ଡିମ୍ବା ଜିତିଥିବା ଫଳାଫଳକୁ ମଧ୍ୟ ବାତିଲ୍ କରାଯାଇଥିବା କହିଛନ୍ତି। ତାଙ୍କୁ ଗୃହବନ୍ଦୀ କରାଯାଇଥିବା ମଧ୍ୟ କେତେକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଘୋଷଣା ସମୟରେ ମଧ୍ୟ ଗାବୋନରେ ଉତ୍ତେଜନା ଲାଗି ରହିଥିଲା। ଏହି ସମୟରେ ରାଜଧାନୀ ଲିବ୍ରେଭିଲରେ ଗୁଳିବିନିମୟ ଶବ୍ଦ ଶୁଭୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ନିର୍ବାଚନ ଫଳାଫଳ ବାତିଲ ଘୋଷଣା କରିବା ସମୟରେ ଜଣେ ସୈନିକ କହିଛନ୍ତି, 'ଗଣତନ୍ତ୍ରର ସମସ୍ତ ଅନୁଷ୍ଠାନ' ବିଲୋପ ହୋଇଯାଇଛି। ଶାନ୍ତି ରକ୍ଷା କରିବା ପାଇଁ ଆମେ ବର୍ତ୍ତମାନର ଶାସନକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ଫଳରେ ୨୬ ଅଗଷ୍ଟରେ ଯେଉଁ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇଯାଇଛି। ସେହିପରି ଦେଶର ସୀମାକୁ ମଧ୍ୟ ବନ୍ଦ କରାଯାଇଥିବା ଗାବୋନ ସେନା କହିଛନ୍ତି।

Advertisment

ଏହି ଘୋଷଣା ସମୟରେ ସୈନ୍ୟବାହିନୀ ସମେତ ରିପବ୍ଲିକାନ୍ ଗାର୍ଡର ସଦସ୍ୟ ଓ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ଏହି ବିବୃତ୍ତି ଗାବୋନ୍ ସର୍ବସାଧାରଣ ଟେଲିଭିଜନରେ ପ୍ରସାରିତ ହୋଇଛି। ନିର୍ବାଚନ ଫଳାଫଲ ଅନୁସାରେ ବଙ୍ଗୋ ଓଣ୍ଡିମ୍ୱୋ ୬୪.୨୭ ପ୍ରତିଶତ ଭୋଟ୍ ପାଇ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିଲେ। ମାତ୍ର ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ବିରୋଧ ହେବା ପରେ ସେଠାରେ ଅଶାନ୍ତି ଦେଖାଦେଇଛି। 

Gabon Gabon Dispute Protest In Gabon Gabon Election World Politics