Advertisment

ଗମାଙ୍ଗ ପରିବାରର ଘରବାହୁଡ଼ା: ଆସନ୍ତାକାଲି ଦିଲ୍ଲୀରେ ମିଶ୍ରଣ ପର୍ବ

ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଅଦ୍ୟତନ ହୋଇଛି
Giridhar Gamanga

Giridhar Gamanga

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ କଂଗ୍ରେସକୁ ଘରବାହୁଡ଼ା ହେବ । ଆସନ୍ତାକାଲି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିବେ ବୋଲି ସୂଚନା ମିଳିଛି ।

Advertisment

ପିସିସି ସୂତ୍ରରୁ ଜଣାପଡ଼ିଛି ଯେ, ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏହି ନେତାମାନଙ୍କର କଂଗ୍ରେସକୁ ଘରବାହୁଡ଼ା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଏହି ନେତାମାନେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ।

ଉଲ୍ଲେଖଯୋଗ୍ୟ, ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗିରିଧର ଗମାଙ୍ଗ ଗତବର୍ଷ ଅଗଷ୍ଟ ମାସରେ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଥିଲେ । କିନ୍ତୁ ବିଆରଏସ ଓଡ଼ିଶାରେ ନିଜର ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏବେ ଯୋଜନାରେ ନଥିବାରୁ ଗିରିଧର ଓ ତାଙ୍କ ପୁଅ ଏବେ କଂଗ୍ରେସକୁ ଫେରିବାକୁ ଯୋଜନା କରିଛନ୍ତି । ବିଆରଏସରେ ମିଶିବା ପାଇଁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ୨୦୨୩ ଜାନୁୟାରୀ ୨୫ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ।

Advertisment

ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସ ଟିକେଟରେ ୨୦୦୯ରୁ  ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ କଂଗ୍ରେସ ତାଙ୍କୁ ଟିକେଟ୍ ନଦେବାରୁ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି ।ତେଣୁ ଦଳର ପୁରୁଣା ନେତାମାନଙ୍କୁ ଫେରାଇ ଆଣିବା ପାଇଁ କଂଗ୍ରେସ ଏବେ ପ୍ରୟାସ କରୁଥିବା ଜଣାପଡ଼ିଛି ।

Congress Giridhar Gamang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe