Advertisment

ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ସମ୍ବିତ

୨୦୧୮ ମସିହାରେ ଜ୍ୟୋତିକାନ୍ତଙ୍କୁ ଏସଟିଫ୍‌ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
BJD

BJD

Advertisment

ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି। ଜ୍ୟୋତିକାନ୍ତଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଛି।ଜ୍ୟୋତିକାନ୍ତଙ୍କୁ  ଖୋଲାଖୋଲି ବିରୋଧ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଏନେଇ  ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ସମ୍ବିତ। ଏମିତି ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ କାହିଁକି ଦଳରେ ସାମିଲ କରାଗଲା, ପଦବୀ ମିଳିଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତିା

Advertisment

ସେ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ମୁଁ ଦେଇଥିଲିା ହେଲେ ସେହି ଲିଷ୍ଟ ଭିତରେ ଜ୍ୟୋତିକାନ୍ତର ନାଁ ନଥିଲା। ମୁଁ  ଦେଇଥିବା ଲିଷ୍ଟରେ କିଛି ନାଁ କଟି ଯାଇଥଲା ଓ କିଛି ନୂଆ ନାଁ ଯୋଡ଼ାଯାଇଥିଲା। ଜ୍ୟୋତିକାନ୍ତଙ୍କ ନାଁ କେମିତି ଆସିଛି ମୁଁ ଜାଣି ନାହିଁ। ଏନେଇ ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି। ସେ ଜ୍ୟୋତିକାନ୍ତର ନାଁ ଦେଇଥିବା ମୋତେ କହିଛନ୍ତି। 

ଜ୍ୟୋତିକାନ୍ତଙ୍କ ନାଁରେ ମାମଲା ଅଛି କି ନାହିଁ ପ୍ରଶ୍ନରେ ସମ୍ବିତ କହିଛନ୍ତି, ଜ୍ୟୋତିକାନ୍ତ ନାଁରେ ମାମଲା ରହିଛି ବୋଲି ମୁଁ ଜାଣିଛି। ହେଲେ କେତୋଟି ମାମଲା ରହିଛି ମୁଁ ଜାଣି ନାହିଁ। ବିଜୁ ଜନତା ଦଳ ବହୁତ ବଡ଼ ପରିବାର। ସେହି ଦଳରେ ବହୁତ କର୍ମକର୍ତ୍ତା ଅଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ମଧ୍ୟ ଜଣେ କାର୍ଯ୍ୟକର୍ତ୍ତା। ହେଲେ ଉପ ସଭାପତି ବରିଷ୍ଠ ପଦ। ଏହି ପଦ ଦେଖି ଚାହିଁକି ଦେବା କଥା।

Advertisment

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ବିଭିନ୍ନ ଜିଲ୍ଲାରେ ସାଙ୍ଗଠନିକ ପରିବର୍ତ୍ତନ କରାଯାଉଛି। ସେହି ଅନୁସାରେ ଜଗତସିଂହପୁର ଜିଲ୍ଲାରେ ବିଜେଡିର ସାଙ୍ଗଠନିକ ପରିବର୍ତ୍ତନ ହୋଇଥିଲା। ଗ୍ୟାଙ୍ଗଷ୍ଟର ଟିଟୁର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ାଙ୍କ ନାଁ ବିଜେଡିର ଉପସଭାପତି ପଦ ପାଇଁ ଘୋଷଣା କରାଯାଇଥିଲା। ଯାହାକୁ ନେଇ ଦଳ ମଧ୍ୟରେ କେଁ ସୃଷ୍ଟି ହୋଇଛି।

୨୦୧୮ ମସିହାରେ ଜ୍ୟୋତିକାନ୍ତଙ୍କୁ ଏସଟିଫ୍‌ ଗିରଫ କରିଥିଲା। ଜିତେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଦାଦାବଟି ମାଗିବା ଓ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଜ୍ୟୋତିକାନ୍ତଙ୍କ ନାଁରେ ମୋଟ ୨୮ଟି ମାମଲା ରହିଥିଲା। କୁଜଙ୍ଗ, ପାରାଦୀପ ଓ ଚାଉଳିଆଗଞ୍ଜ ଥାନାରେ ମାମଲା ଗୁଡ଼ିକ ଥିଲା। କେତେକ ମାମଲାରେ ଜ୍ୟୋତିକାନ୍ତ ଜାମିନରେ ଆସିଛନ୍ତି। ଏବେବି ତାଙ୍କ ନାଁରେ ମାମଲା ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମ୍ବିତଙ୍କ ବୟାନଙ୍କୁ ନେଇ ଜ୍ୟୋତିକାନ୍ତ କିମ୍ବା ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BjD Gangster Tito
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe