Advertisment

ଭୁଶୁଡୁଛି ଗଞ୍ଜାମର BJD ଗଡ଼! ପୁରୋଧା ସାଜିଛନ୍ତି ପ୍ରଦୀପ ପାଣିଗ୍ରାହୀ

ଚର୍ଚ୍ଚା ହେଉଛି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏଥର ଗୋପାଳପୁରରୁ ପ୍ରାର୍ଥୀ ହୋଇପାରନ୍ତି। ଏପଟେ ବ୍ରହ୍ମପୁରରୁ ଆଶାୟୀ ଅଛନ୍ତି ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ।

undefined

Pradeep Panigrahi

Advertisment

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନଙ୍କ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ। ଉଭୟ ନେତା ଏବେ ପଦ୍ମ ଶିବିରରେ। ଦିଗପହଣ୍ଡିରେ ବିଦ୍ରୋହୀ ସାଜି ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିକୁ ମାତ ଦେଇଥିଲେ ବିପିନ ପ୍ରଧାନ। ଆଉ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ଖଲ୍ଲିକୋଟରୁ ଦୁଇ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ କୋଣଠେସା ଅଭିଯୋଗ ଆଣି ସୋମବାର ବିଜେଡି ଛାଡ଼ିବା ସହ ବିଜେପିରେ ସାମିଲ ହୋଇଛନ୍ତି। ବିପିନ ଓ ପୂର୍ଣ୍ଣଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ ଅଛନ୍ତି।

Advertisment

ଚର୍ଚ୍ଚା ହେଉଛି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏଥର ଗୋପାଳପୁରରୁ ପ୍ରାର୍ଥୀ ହୋଇପାରନ୍ତି। ଏପଟେ ବ୍ରହ୍ମପୁରରୁ ଆଶାୟୀ ଅଛନ୍ତି ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ। ସେହିପରି ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଆଉ ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ଆସୁଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ। ସେପଟେ ଆସିକାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ପୁଣି ଥରେ ଟିକେଟ୍‌ ଆଶାୟୀ ଥିବା ବେଳେ ବ୍ଲକ୍‌ ଅଧ୍ୟକ୍ଷ ନାରାୟଣ ସ୍ୱାଇଁ ମଧ୍ୟ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ କବିସୂର୍ଯ୍ୟନଗର ବିଜେଡି ନେତା ହର ସାହୁ ମଧ୍ୟ ଟିକେଟ ଲବିରେ ଅଛନ୍ତି।

ପୋଲସରାରେ ବିବାଦୀୟ ବିଧାୟକ ଶ୍ରୀକାନ୍ତ ସାହୁ ଟିକେଟ ଦାବି କରୁଛନ୍ତି। ହେଲେ ଆରତୀ ଦେବୀ ଓ ବୁଗୁଡ଼ା ବ୍ଲକ୍‌ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ମଧ୍ୟ ଟିକଟ ଆଶା ରଖିଛନ୍ତି। ଏମିତି ସ୍ଥିତିରେ ଯାହାର ଟିକେଟ କଟିବ, ସେମାନେ ବିଦ୍ରୋହୀ ହେବା ଏକ ପ୍ରକାର ଥୟ। ପ୍ରଦୀପ ପାଣିଗ୍ରାହୀ ଦାବି କରୁଛନ୍ତି, ଅନେକ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏପଟେ କିନ୍ତୁ ବିଜେଡି କହୁଛି କିଛି ଟେନସନ ନାହଁ।

Advertisment

ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ୪ ଆସନ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି। ମୋହନା କଂଗ୍ରେସ ପାଖରେ ଥିବା ବେଳେ ପାରଳାଖେମୁଣ୍ଡିରେ ଜିତିଥିଲା ବିଜେପି। ଆଉ ପ୍ରଦୀପ ବିଜେପିରେ ଯୋଗଦେବା ପରେ ଗୋପାଳପୁର ଆସନ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ପ୍ରଦୀପ ଯଦିଓ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ପୂରା ଜିଲ୍ଲାରେ ରହିଛି ତାଙ୍କର ଦବଦବା। ତେଣୁ ଗଞ୍ଜାମ ଗଡ଼ ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠୁ ବଡ଼ ଟେନ୍‌ସନ।

BjD Ganjam Ganjam Politics Ganjam Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe