Advertisment

ବିଜେପି ଫୋକସରେ ଗଞ୍ଜାମ !

ବିଜେପି ଫୋକସ୍‌ରେ ଗଞ୍ଜାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ହୋଇଥିବାରୁ ଏଠାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି ବିଜେପି ତୁଙ୍ଗ ନେତୃତ୍ୱ।

author-image
Manoj Swain

ବିଜେପି ଫୋକସ୍‌ରେ ଗଞ୍ଜାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ହୋଇଥିବାରୁ ଏଠାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି ବିଜେପି ତୁଙ୍ଗ ନେତୃତ୍ୱ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ ପୂର୍ବରୁ ରାଜନାଥ ସିଂହ ଓ ଜେପି ନଡ୍ଡା ବ୍ରହ୍ମପୁରରେ ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପିର ୩ ହେଭିୱେଟ୍‌ ଗଞ୍ଜାମ ଜିଲ୍ଲା ଗସ୍ତ କରିସାରିଲେଣି। ଫେବ୍ରୁଆରୀ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଞ୍ଜାମ ଗସ୍ତରେ ଆସି ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି ଦେଖାଇଥିଲେ। ଗତ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗଞ୍ଜାମ ଗସ୍ତରେ ଆସି ବିଜେଡି ସରକାରକୁ ଟାର୍ଗେଟ କରିଥିଲେ। 

Advertisment
Ganjam Bjp Odisha