Advertisment

ହାର୍‌ ମାନିଲା କଂଗ୍ରେସ, ଇସ୍ତଫା ଦେବେ ଗେହଲଟ

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Ashok Gehlot

Ashok Gehlot

ହାର୍‌ ମାନିଲା କଂଗ୍ରେସ। ରାଜସ୍ଥାନରେ ବାଜି ମାରିଲା ବିଜେପି। ମ୍ୟାଜିକ୍‌ ନମ୍ବର କ୍ରସ୍‌ କରି ୧୧୦ ଆସନରେ ବିଜେପି ଆଗୁଆ ରହିଛି। ଏହି ଫଳାଫଳକୁ ଦେଖି ଏବେ କଂଗ୍ରେସ ହାର୍ ମାନିଛି। ତେଣୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

Advertisment

ସରଦାରପୁରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଶୋକ ଗେହଲଟ ୨୬୩୯୬ ଭୋଟରେ ଜିତିଛନ୍ତି। ତେବେ ନିଜ ଆସନରେ ଜିତିବା ସତ୍ତ୍ୱେ ବି ସେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏଥିପାଇଁ ସେ ସନ୍ଧ୍ୟା ଯାଏ ସମୟ ମାଗିଛନ୍ତି। ଜନସାଧାରଣଙ୍କ ଆଦେଶକୁ ମୁଁ ସମ୍ମାନ ଦେଉଛି ବୋଲି ଗେହଲଟ କହିଛନ୍ତି। ସେ ସାଢ଼େ ୫ଟା ସୁଦ୍ଧା ରାଜ୍ୟପାଳଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇବେ।

ରାଜସ୍ଥାନରେ ଧରାଶାୟୀ ହୋଇଛି କଂଗ୍ରେସ। ଭୋଟ ଗଣତି ଚାଲିଥିଲେ ସୁଦ୍ଧା ଟ୍ରେଣ୍ଡକୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛ। କଂଗ୍ରେସ କେବଳ ୭୦ଟି ଆସନରେ ସୀମିତ ରହିଛି। ତେଣୁ ୫ ବର୍ଷ ପରେ ପୁଣି ଥରେ ରାଜସ୍ଥାନରେ ସରକାର ବଦଳିବା ନେଇ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି।

Advertisment

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଖବର ଲେଖିବା ପର୍ଯ୍ୟନ୍ତ ରାଜସ୍ଥାନରେ ବିଜେପି ୧୧୪ ଟି ସିଟ୍ ଜିତି ଥିବାବେଳେ କଂଗ୍ରେସ ୭୦ଟି ସିଟ୍ ଜିତିଛି।

Ashok Gehlot Election Results Rajasthan Election