Advertisment

ସୋମବାରରୁ ଜନଶୁଣାଣି ଆରମ୍ଭ, ପଞ୍ଜିକୃତ ହେବ ସବୁ ଅଭିଯୋଗ

ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Mohan charan majhi

Mohan charan majhi

Advertisment

ଆସନ୍ତା ଜୁଲାଇ ପହିଲାରୁ ପ୍ରତ୍ୟେକ ସୋମବାର ଜନ ଅଭିଯୋଗର ଶୁଣାଣି ଆରମ୍ଭ ହେବ । ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ଦ୍ୱାରା ମିଳିତ ଜନଅଭିଯୋଗର ଶୁଣାଣି ହେବ । ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ସାଧାରଣ ନିର୍ବାଚନ ଯୋଗୁ ଜିଲ୍ଲା ଓ ବିଭାଗସ୍ତରରେ ଏହି ଜନ ଅଭିଯୋଗର ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜୁଲାଇ ପହିଲାରୁ ପ୍ରତ୍ୟେକ ସୋମବାର ଜନଅଭିଯୋଗର ଶୁଣାଣି ଆରମ୍ଭ କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଜନଶୁଣାଣି ପୁଣିଥରେ ଜୁଲାଇ ପହିଲାରୁ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ପାଇଁ ଆସିଥିବା ସମସ୍ତ ଅଭିଯୋଗକୁ ନିଶ୍ଚିତ ଭାବେ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ବିଜେଡି ସରକାର ଅମଳରେ ପ୍ରତ୍ୟେକ ସୋମବାର ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳ-ଏସପିମାନେ ଜନଅଭିଯୋଗର ଶୁଣାଣି କରୁଥିଲେ । ଖରାଦିନ ଓ ନିର୍ବାଚନ ସମୟରେ ଏହି ଶୁଣାଣି ବନ୍ଦ ରହିଥାଏ । ତେବେ ପ୍ରଶାସନିକସ୍ତରରେ ଜନଶୁଣାଣି ହେଉଥିଲେ ମଧ୍ୟ ବିଗତ ଦେଢ଼ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ କେବେବି ସିଧାସଳଖ ଜନ ଅଭିଯୋଗ ଶୁଣାଣି କରିନଥିବା ଜଣାପଡ଼ିଛି।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe