Advertisment

ଚୋରି ଅଭିଯୋଗ କରିବାକୁ ଯାଇ ମନ୍ତ୍ରୀ ଗିରଫ

ଘରୁ ଚୋରି ହୋଇଥିବା ଅଭିଯୋଗ ନେଇ ଥାନାକୁ ଯାଇଥିବା ଅଭିଯୋଗକାରୀ ଗିରଫ। ଏତେ ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ହୋଇଥିଲା ଯେ ପୋଲିସ ଚୋରକୁ ନବାନ୍ଧି ଅଭିଯୋଗକାରୀଙ୍କୁ ବାନ୍ଧିବାକୁ ବାଧ୍ୟ ହୋଇଛି।

ଅଦ୍ୟତନ ହୋଇଛି
Ghana Minister Reports Robbery To Police

Ghana Minister Reports Robbery To Police

Advertisment

ଘରୁ ଚୋରି ହୋଇଥିବା ଅଭିଯୋଗ ନେଇ ଥାନାକୁ ଯାଇଥିବା ଅଭିଯୋଗକାରୀ ଗିରଫ। ଏତେ ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ହୋଇଥିଲା ଯେ ପୋଲିସ ଚୋରକୁ ନବାନ୍ଧି ଅଭିଯୋଗକାରୀଙ୍କୁ ବାନ୍ଧିବାକୁ ବାଧ୍ୟ ହୋଇଛି। ଘାନାର ପରିମଳ ମନ୍ତ୍ରୀ ସେସିଲିଆ ଆବେନା ଦପାଃଙ୍କ ସହ ଘଟିଛି ଏପରି ଘଟଣା। 

Advertisment

ଟଙ୍କା ଫେରି ପାଇବା ଆଶାରେ ଥାନାକୁ ଯାଇଥିଲେ, ମାତ୍ର ଚୋରି ହୋଇଥିବା ଟଙ୍କା ଆୟବହିର୍ଭୂତ ସମ୍ପତ୍ତି ବୋଲି ଅଭିଯୋଗ କରି ପୁଲିସ ତାଙ୍କୁ ଗିରଫ କରିଛି। ସେସିଲିଆ ଘାନାର ପରିମଳ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଦପାଃଙ୍କ ଅଭିଯୋଗରେ ଦର୍ଶାଯାଇଥିଲା ଯେ, ତାଙ୍କର ବିପୁଳ ପରିମାଣର ବିଦେଶୀ ମୁଦ୍ରା ସମେତ ବହୁ ପରିମାଣର ଟଙ୍କା ଚୋରି ହୋଇଛି। କୋର୍ଟ ଚାର୍ଜସିଟରେ 1 ମିଲିୟନ୍ ଡଲାରର ନଗଦ ରାଶି, 300,000 ୟୁରୋ ଏବଂ 350,000 ଘାନା ସେଡିସ୍(30,000 ଡଲାର) ଏବଂ 35,000 ଡଲାରର ହାଣ୍ଡ ବ୍ୟାଗ ଏବଂ 95,000 ଡଲାର ମୂଲ୍ୟର ଅଳଙ୍କାର ସମେତ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗରେ ଦର୍ଶା ଯାଇଥିଲା। 

୬୮ ବର୍ଷିୟା ସେସିଲିଆ କୋର୍ଟ ଡକ୍ୟୁମେଣ୍ଟରେ ଦିଆଯାଇଥିବା ଚୋରି ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିପୁଳ ପରିମାଣର ଅର୍ଥ ସେ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଛନ୍ତି ଘାନା ବାସିନ୍ଦା। ଏଥିସହ ସୋଶାଲ୍ ମିଡିଆରେ ତାଙ୍କ ଇସ୍ତଫା ପାଇଁ ଦାବି ଜୋର୍ ଧରିଥିଲା। ପରେ ସେ ପରିମଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାରେ ଦପାଃ ଲେଖିଛନ୍ତି ଯେ, "ମୁଁ ଆଉ ମୋ ସ୍ୱାମୀ ଚୋରିର ମୂଲ୍ୟ ଉପରେ ଯେଉଁ ଅଭିଯୋଗ କରିଥିଲୁ ସଠିକ୍ ଭାବେ ତାହା ପ୍ରକାଶ ପାଇନାହିଁ, ଏହା ମୁଁ ଦୃଢତାର ସହ କହିବି। ସଂଖ୍ୟାକୁ ବଢାଇ ଦର୍ଶାଯାଇଛି। ଏହିସବୁ କ୍ଷେତ୍ରରେ ମୁଁ ଖୁବ୍ ସତର୍କ ରହିଛି। ମୁଁ ଚାହୁଁନାହିଁ ଏହି ଘଟଣା ମୋ ସରକାରଙ୍କୁ କୌଣସି ବି କ୍ଷତି ପହଞ୍ଚାଉ।"

Advertisment

ଘାନା ରାଷ୍ଟ୍ରପତି ଦପାଃଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, ମାତ୍ର ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ନ ଦେଇ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। 2017 ରେ ଆକୁଫୋ-ଆଡୋ କ୍ଷମତାକୁ ଆସିବା ପରେ ଏବଂ 2021 ରେ ପୁନଃନିର୍ବାଚିତ ହେବା ପରେ ଦପାଃଙ୍କୁ ପରିମଳ ଓ ଜଳ ସମ୍ପଦ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ସେବେଠାରୁ ସେ ଏହି ବିଭାଗରେ କାର୍ଯ୍ୟ କରିଆସୁଥିଲେ। 

Ghana Minister Reports Robbery Ghana Minister Arrested Herself Ghana Minister Loot News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe