ବିଜେପି ଛାଡ଼ିଲେ ଗମାଙ୍ଗ ବାପପୁଅ

ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ିଲେ ଗମାଙ୍ଗ ବାପପୁଅ। ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବିଜେପି ଛାଡ଼ିଛନ୍ତି ।

Image PhotoOR

ଗିରିଧର ଗମାଙ୍ଗ ଓ ପୁଅ ଶିଶିଧର ଗମାଙ୍ଗ ।

Niharika Rout
  • Published: Wednesday, 25 January 2023
  • Updated: 25 January 2023, 01:16 PM IST

Sports

Latest News

ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ିଲେ ଗମାଙ୍ଗ ବାପପୁଅ। ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବିଜେପି ଛାଡ଼ିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଗିରିଧର ଓ ଶିଶିର । ହେଲେ ବିଜେପିରେ ଉଭୟଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ କରି ଆସୁଥିଲେ। ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍‌ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ଆଜି ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ । 

Also Read

ଉଭୟ ଗମାଙ୍ଗ ବାପପୁଅ କିଛି ଦିନ ପୂର୍ବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଥିଲେ। ତେଣୁ ଉଭୟ ବାପପୁଅ ବିଜେପି ଛାଡ଼ି ଖୁବ୍‌ଶୀଘ୍ର ବିଆର୍‌ଏସ୍‌ରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଜି ଉଭୟ ବାପପୁଅ ବିଜେପି ଛାଡ଼ିଥିଲେ ବି କେଉଁ ପାର୍ଟିରେ ସାମିଲ ହେବେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇଛନ୍ତି।  

 ଆଜି ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଗିରିଧର ଗମାଙ୍ଗ କହିଛନ୍ତି, କଂଗ୍ରେସ ଛାଡିବାବେଳେ କାହା ବିରୋଧରେ କହିନଥିଲି । ତେଣୁ ବିଜେପି ଛାଡିଲା ବେଳେ ବି କାହା ବିରୋଧରେ କିଛି କହିବି ନାହିଁ । ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ପ୍ରରୋଚନାରେ ଆମକୁ ଅଣଦେଖା କରାଯାଉଥିଲା । ଏପରିକି ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନ ଡ଼ାକିଲେ ଯାଉନଥିଲି। ବହୁ ସମୟରେ କାର୍ଯ୍ୟକ୍ରମ ସରିଗଲା ପରେ ଆମ ପାଖକୁ ଖବର ଦିଆଯାଉଥିଲା ।

ଏଥିସହ ସେ କହିଛନ୍ତି, କଂଗ୍ରେସ ପରି ଜାତୀୟ ଦଳ ଛାଡ଼ି ବିଜେପି ପରି ଜାତୀୟ ଦଳରେ ଯୋଗ ଦେଇଥିଲି ।  ଏବେ ବିଜେପି ଛାଡ଼ି ଦେଇଥିବାରୁ ପୁନର୍ବାର ଆଉ ଏକ ଜାତୀୟ ଦଳରେ ନିଶ୍ଚିତ ଭାବେ ଯୋଗ ଦେବି । ଉକ୍ତ ଜାତୀୟ ପାର୍ଟି ଓଡ଼ିଶା ଆସି ନ ଥିବା ବେଳେ ତାହାକୁ ଗଢ଼ିବାର ଦାୟିତ୍ୱ ନେବି। ସେଠାରେ ଯେଉଁ କାମ ଦିଆଯିବ ତାହାକୁ ସମ୍ପାଦନ କରିବି। ରାଜନୀତିରେ ପରିବାରବାଦରେ ଭରସା କରେନି, କିନ୍ତୁ ଏହା ରହିଛ। ମୋର ବୟସ ହୋଇଗଲାଣି। ତେଣୁ ମୋ’ ପୁଅ ଶିଶିର ଗମାଙ୍ଗ ହିଁ ଯାହା ନିଷ୍ପତ୍ତି ନେବ ।

ଏନେଇ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ କହିଛନ୍ତି, ଯେତେବେଳେ ବିଜେପିରେ ଯୋଗ ଦେଇଥିଲୁ, ମୋତେ କୋରାପୁଟ ଏମପି ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ନ ଦେଇ ଗୁଣୁପୁର ଏମଏଲ୍‌ଏ ଟିକେଟ ଦେଲେ। ହେଲେ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ମୋତେ ବିଜେପିର କେହି ସାହାଯ୍ୟ କଲେନି। ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ଇଙ୍ଗିତରେ ମୋତେ କାମ କରାଇ ଦେଲେନି। ଏନେଇ ବାପା ଓ ମୁଁ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କଲୁ। କିନ୍ତୁ କେହି ଶୁଣିଲେନି। ଆମେ ଅଭିଯୋଗ କଲେ ନିଜ କାର୍ଯ୍ୟାନୁଷ୍ଠାନ ନେଲେନି। ନିଜେ କାମ କଲେନି, ଆମକୁ ବି କରାଇ ଦେଲେନି।

 ରାଜନୀତିରେ କିଛି ଦୁର୍ଘଟଣା କିମ୍ବା ସଂଯୋଗବଶଃତ ହୋଇ ନ ଥାଏ। ଏହା ନିହାତି ଭାବେ ଜାଣିଶୁଣି ହୋଇଥାଏ । ଏହା ପଛରେ କାହାର ନା କାହାର ହାତ ଥାଏ । ଏଥିଯୋଗୁ ପଛରେ କିଏ ଆମକୁ ଟାର୍ଗେଟ କରିବା ସହ ଅପମାନିତ କରୁଥିଲେ ବୋଲି କହିଛନ୍ତି ଶିଶିର ଗମାଙ୍ଗ ।

ଏହବାଦ ସେ କହିଛନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ଅଲ୍‌ ପାର୍ଟି ପ୍ରେସିଡେଣ୍ଟ । ଯେତେ ବିରୋଧୀ ଦଳ ଆସିଲେ କିଣି ପକାଉଛନ୍ତି। ତେଣୁ ଓଡ଼ିଶାର ବିକାଶ ଯେଉଁ ପରି ଭାବେ ହେବା କଥା ହୋଇ ପାରୁନି। ଓଡ଼ିଶା ପରେ ରାଜ୍ୟର ମାନ୍ୟତା ପାଇ ତେଲେଙ୍ଗାନା, ଛତିଶଗଡ଼ର ରାଜଧାନୀ ଯେଉଁ ପରି ଭାବେ ବିକାଶ କରିପାରିଛି ଭୁବନେଶ୍ୱର ଏ ଯାଏ ସେଠାରେ ପହଞ୍ଚି ପାରିନି।

ଆମେ ଯେଉଁ ପାର୍ଟିରେ ବି ଯୋଗ ଦେବୁ ଓଡ଼ିଶାର ଭଲ ପାଇଁ କାମ କରିବୁ । ବାପାଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ତାଙ୍କୁ ଦଳ ସମ୍ଭାଳିବାକୁ ଅନୁରୋଧ କରାଯାଇଛି ବୋଲି ଶିଶିର କହିଥିଲେ ବି କେଉଁ ପାର୍ଟିରେ ଓ କେବେ ଯୋଗ ଦେବେ ତାହା ସ୍ପଷ୍ଟ କରି ନାହାନ୍ତି। 

ଜୟରାମ ପାଙ୍ଗି ବିଏସ୍‌କେରେ ମିଶିଲେ ଆମର କିଛି ଅସୁବିଧା ଅଛି କି ବୋଲି ପଚରା ଯାଇଥିଲା। ହେଲେ ଆମର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ଆମେ ସ୍ପଷ୍ଟ କରିଥିଲୁ। ଜୟୀରାମ ପାଙ୍ଗି ବିଜେପି ଛାଡ଼ିଥିବା ବେଳେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଢ଼ିଥିଲେ। ଏହି ପରିଷଦ ଦ୍ୱାରା ସେ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡ଼ିଶାରୁ କିଛି କିଛି ଭାଗ ନେଇ ଦଣ୍ଡକାରଣ୍ୟ ନାମକ ରାଜ୍ୟ ଗଠନ କରିବାକୁ ଚାହିଁଥିଲେ। ମାତ୍ର ତାଙ୍କର ଉକ୍ତ ମତରେ ଆମେ ସହମତ ନୁହେଁ। ଆମେ କୌଣସି ରାଜ୍ୟ ଭାଙ୍ଗିବା ପାଇଁ ପାର୍ଟିରେ ପଶୁ ନାହୁଁ  ବୋଲି କହିଛନ୍ତି ଶିଶିର ଗମାଙ୍ଗ ।

ଏନେଇ ବିଜେପି ନେତା ଦିଲୀପ ମହାନ୍ତି କହିଛନ୍ତି, ଦଳ ଛାଡ଼ିବା ପାଇଁ ବାହାନା ଦରକାର। ତେଣୁ ସେମାନେ ଅବହେଳିତ ହେବାର ଆଳ ଦେଖାଉଛନ୍ତି। ହେଲେ ଗିରିଧର ଗମାଙ୍ଗୁ ଆମେ କେବେ ଅବହେଳିତ କରିନୁ। ତାଙ୍କୁ ସବୁବେଳେ ସମ୍ମାନିତ କରିଛୁ। ସେ ଯଦି ଅସନ୍ତୁଷ୍ଟ ଥିଲେ, ଆମକୁ ଜଣାଇଥିଲେ ତାହାର ସମାଧାନ ହୋଇ ପାରିଥାନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଗତ ୧୩ ତାରିଖରେ ହାଇଦ୍ରାବାଦରେ ଭେଟିଥିଲେ। ଏହି ଅବସରରେ କେସିଆର୍‌ ସେମାନଙ୍କୁ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ସାମିଲ ହେବାକୁ ଅଫର ଦେଇଥିଲେ। ଏହା ପରଠୁ ଉଭୟ ବାପପୁଅ ବିଜେପି ଛାଡ଼ି ବିଆର୍‌ଏସ୍‌ରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଗମାଙ୍ଗ ବାପପୁଅଙ୍କ ପରେ ଅବିଭକ୍ତ ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗୀ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଥିଲେ। ତେଣୁ ସେ ମଧ୍ୟ ବିଆରଏସ ପାର୍ଟରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ଦକ୍ଷିଣ ଓଡ଼ିଶାର ଏହି ୨ ହେଭିୱେଟ ନେତା ଯୋଗ ଦେଲେ ବିଆର୍‌ଏସ୍‌କୁ କେତେ ଫାଇଦା ମିଳିବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story