Advertisment

ପଞ୍ଚାୟତ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ଗିରିରାଜ, ସ୍ମୃତି ଇରାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି କରିବ ଡିଜିଟାଲ ଓ ଭର୍ଚ୍ୟୁଆଲ ପ୍ରଚାର। ଡିଜିଟାଲ ଓ ଭର୍ଚ୍ୟୁଆଲ ମାଧ୍ୟମରେ ବିଜେପିର ଷ୍ଟାର ପ୍ରଚାରକ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ପ୍ରମୁଖ ଡିଜିଟାଲ୍ ଜରିଆରେ ପ୍ରଚାର କରିବେ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଗୋଲକ ମହାପାତ୍ର କହିଛନ୍ତି, ଆମର ଡିଜିଟାଲ ପ୍ରଚାର […]

author-image
Ranjit Kumar Jena
ଟଙ୍କା ବାଣ୍ଟି ଭୋଟ୍ ନେବା ଷଡ଼ଯନ୍ତ୍ରରେ ସଫଳ ହେବେନି ମୁଖ୍ୟମନ୍ତ୍ରୀ: ବିଜେପି

Golaka Mohapatra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି କରିବ ଡିଜିଟାଲ ଓ ଭର୍ଚ୍ୟୁଆଲ ପ୍ରଚାର। ଡିଜିଟାଲ ଓ ଭର୍ଚ୍ୟୁଆଲ ମାଧ୍ୟମରେ ବିଜେପିର ଷ୍ଟାର ପ୍ରଚାରକ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ପ୍ରମୁଖ ଡିଜିଟାଲ୍ ଜରିଆରେ ପ୍ରଚାର କରିବେ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

Advertisment

ଗୋଲକ ମହାପାତ୍ର କହିଛନ୍ତି, ଆମର ଡିଜିଟାଲ ପ୍ରଚାର ଆରମ୍ଭ ହୋଇଗଲାଣି। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ମାଧ୍ୟମରେ ଆମର ନେତାମାନେ ସମ୍ବୋଧନ କରିବା ଆରମ୍ଭ କରିସାରିଲେଣି। ତେବେ ବିଧିବଦ୍ଧ ଭାବେ ଆସନ୍ତାକାଲି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ଆମେ ପ୍ରତ୍ୟେକ ସ୍ଥାନ ପାଇଁ ବିଭିନ୍ନ ନେତାମାନଙ୍କର ନାଁ ସ୍ଥିର କରିଛୁ। ସେମାନେ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ।

ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଚାର କରିବେ। ତେବେ ଏମାନଙ୍କର ସିଡ୍ୟୁଲ୍ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ଖୁବଶୀଘ୍ର କାର୍ଯ୍ୟସୂଚୀ ସ୍ଥିର କରାଯିବ ଏବଂଛ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଗୋଲକ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଇସ୍ତାହାର ଜାରି କରି ରାଜ୍ୟବାସୀଙ୍କୁ ୨୨ଟି ପ୍ରତିଶ୍ରୁତି ଦେଇଛି। ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା, ଧାନ କିଣାରେ ଟୋକେନ୍ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କଠୁ ସରଳ ପ୍ରକ୍ରିୟାରେ ଧାନ କିଣା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ମହିଳା ସଶକ୍ତିକରଣ ଆଦିର ମୋଟ ୨୨ଟି ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଛି। ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା–ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଉଥିବା ଅର୍ଥକୁ ପଂଚାୟତସ୍ତରରେ ଜେଇଙ୍କୁ ଠିକାଦାର କରି ବିଜେଡି ନେତାମାନେ ବ୍ୟାପକ ଲୁଟ୍ କରୁଥିବାରୁ ବିଜେପି ଏହି ଟଙ୍କାର ଜଗୁଆଳି ସାଜିବ ବୋଲି କହିଛି।

Odisha Panchayat Election 2022