Advertisment

ଗୋର୍ଖାଲ୍ୟାଣ୍ଡ: ଦୁଇ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହ ହାତ ମିଳାଇଲା ଜିଜେଏମ

ଉତ୍ତର ବେଙ୍ଗଲରେ ଥିବା ଦାର୍ଜିଲିଂ, କାଲିମପୋଙ୍ଗ, କୁଚ୍ଚ ବେହେରା, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର, ଜଲପାଇଗୁଡ଼ି, ଅଲୀପୁରାଦୌର, ମାଲଦା ଭଳି ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ଗଠନ କରିବାକୁ ଜିଜେଏମ ଦୀର୍ଘ ଦିନରୁ ତା’ର ଅଭିଯାନ ଜାରି ରଖିଛି।

Bengal

Bengal

Advertisment

ଉତ୍ତର ବେଙ୍ଗଲକୁ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ରାଜ୍ୟ ମାନ୍ୟତା ଦାବିରେ ଆଜି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା(ଜିଜେଏମ) ‌ଅନ୍ୟ ଦୁଇ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହ ହାତ ମିଳାଇଛି। କାମତାପୁର ପ୍ରୋଗ୍ରେସିଭ ପାର୍ଟି (କେପିପି) ଓ ବୀର ବର୍ସା ମୁଣ୍ଡା ଉନମିଲାନ ସମିତି(ବିବିଏମୟୁଏସ୍‌) ସହ ମିଶି ଏଣିକି ଜିଜେଏମ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ପାଇଁ ଦାବି କରିବ।

Advertisment

ଉତ୍ତର ବେଙ୍ଗଲରେ ଥିବା ଦାର୍ଜିଲିଂ, କାଲିମପୋଙ୍ଗ, କୁଚ୍ଚ ବେହେରା, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର, ଜଲପାଇଗୁଡ଼ି, ଅଲୀପୁରାଦୌର, ମାଲଦା ଭଳି ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ଗଠନ କରିବାକୁ ଜିଜେଏମ ଦୀର୍ଘ ଦିନରୁ ତା’ର ଅଭିଯାନ ଜାରି ରଖିଛି। 

ଏବେ ଜିଜେଏମ ଦୁଇ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ସହ ମିଶି ନିଜର ଅଭିଯାନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛି। ଏନେଇ ଦାର୍ଜିଲିଂ ଗୋଟିଏ ବୈଠକ ହୋଇଥିଲା। ଏହାପରେ ଜିଜେଏମ ବିଧିବଦ୍ଧ ଭାବେ ଅନ୍ୟ ଦୁଇ ଗୋଷ୍ଠୀ ସହ ହାତ ମିଳାଇବା ଘୋଷଣା କରିଛି।

Advertisment

ବୈଠକରେ ଜିଜେଏମର ସଭାପତି ବିମଳ ଗୁରୁଙ୍ଗ, ସାଧାରଣ ସମ୍ପାଦକ ରୋଶନ ଗିରି, କେପିପି ସଭାପତି ଅଧୀର ରୟ, ଉପସଭାପତି ବୁଧାରୁ ରୟ, ବିବିଏମୟୁଏସ୍‌ର ଆବାହକ କିଶୋର ବ୍ରୋଜୋ ସାମିଲ ହୋଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ହିଁ ସେମାନେ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିକୁ ଉଠାଇବେ। ଫଳରେ ଏହା ନିର୍ବାଚନ ପ୍ରଚାର ବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିବ।

ବୁଧାରୁ ରୟ କହିଛନ୍ତି, ପ୍ରଥମତଃ ୩ଟି ସଂଗଠନ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଅଭିଯାନ ଆରମ୍ଭ କରିବେ। ସମୟକ୍ରମେ ଏହି ବିଚାରଧାରାରେ ବିଶ୍ୱାସ ରଖୁଥିବା ଅନ୍ୟ ସଂଗଠନ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସାମିଲ ହେବେ। ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି ନୂଆ ନୁହେଁ ବୋଲି ସେ କହିଛନ୍ତି। 

West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe