Advertisment

କେଜ୍ରିୱାଲଙ୍କ ବଡ଼ ବୟାନ: ସିଜେଆଇଙ୍କ ମାଧ୍ୟମରେ ଭଗବାନ କହିଲେ

ଭଗବଦ ଗୀତାର ଗୋଟିଏ ପଂକ୍ତିକୁ ଉଦ୍ଧାର କରି କେଜ୍ରିୱାଲ କହିଛନ୍ତି ଯେ ସିଜେଆଇଙ୍କ ମାଧ୍ୟମରେ ଭଗବାନ ନିଜେ ସବୁ କିଛି କହିଛନ୍ତି। ଭଗବାନ ହସ୍ତକ୍ଷେପ କରି ବିଜେପିର ଅଧର୍ମ କାମରେ ବିରାମ ଲଗାଇଛନ୍ତି।

Arvind Kejriwal

Arvind Kejriwal

Advertisment

ଚଣ୍ତିଗଡ଼ ମେୟର ନିର୍ବାଚନକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ମଙ୍ଗଳବାର ବିଜେତା ଘୋଷଣା କରିଛନ୍ତି। ଐତିହାସିକ ଘଟଣାକ୍ରମରେ ସୁପ୍ରିମକୋର୍ଟରେ ବାଲଟ ପେପରର ଗଣତି ହୋଇଥିଲା ଓ ଜଜ ରାୟ ଶୁଣାଇଥିଲେ।

Advertisment

ସୁପ୍ରିମକୋର୍ଟଙ୍କ ଏପରି ରାୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶଂସା କରିବା ସହ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭଗବଦ ଗୀତାର ଗୋଟିଏ ପଂକ୍ତିକୁ ଉଦ୍ଧାର କରି କେଜ୍ରିୱାଲ କହିଛନ୍ତି ଯେ ସିଜେଆଇଙ୍କ ମାଧ୍ୟମରେ ଭଗବାନ ନିଜେ ସବୁ କିଛି କହିଛନ୍ତି। ଭଗବାନ ହସ୍ତକ୍ଷେପ କରି ବିଜେପିର ଅଧର୍ମ କାମରେ ବିରାମ ଲଗାଇଛନ୍ତି।

Advertisment

ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶ ସମୟରେ ଗୃହକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, “ଆମେ କୋର୍ଟଗୁଡ଼ିକୁ ମନ୍ଦିର ଭାବେ ବିବେଚନା କରୁ। ନ୍ୟାୟ ପାଇଁ କାମ କରିବା ଭଗବାନଙ୍କ କାମ। ତେଣୁ ଯେତେବେଳେ ଜଣେ ବିଚାରପତି ରାୟ ଘୋଷଣା କରନ୍ତି, ଏହାକୁ ଭଗବାନଙ୍କ କାମ ବୋଲି ବିବେଚନା କରାଯାଏ।”

ସିଜେଆଇ ଚନ୍ଦ୍ରଚୂଡ଼ ଓ ଭଗବାନଙ୍କୁ ସମାନ କରି କେଜ୍ରିୱାଲ କହିଛନ୍ତି, “ଗତକାଲି ଯାହା ବି ସବୁ ସୁପ୍ରିମକୋର୍ଟରେ ଘଟିଲା, ତା’କୁ ଦେଖିଲେ ଲାଗୁଛି ଯେ ସୁପ୍ରିମକୋର୍ଟରେ ନିଜେ ଭଗବାନ କୃଷ୍ଣ ଉପସ୍ଥିତ ଥିଲେ। ସିଜେଆଇଙ୍କ ଭିତରେ ଭଗବାନ ବିରାଜମାନ ହୋଇଥିଲେ।”

ମଙ୍ଗଳବାର ଭଳି ଆଜି ମଧ୍ୟ ଗଣତନ୍ତ୍ରର ସୁରକ୍ଷା କରିଥିବାରୁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଜେପିକୁ ସମାଲୋଚନା କରିବାକୁ ମଧ୍ୟ କେଜ୍ରିୱାଲ ପଛାଇ ନାହାନ୍ତି। ସେ କହିଛନ୍ତି, ଭଗବାନ ବିଜେପିର ପର୍ଦ୍ଦାଫାସ କରି ଦେଇଛନ୍ତି। ବିଜେପି ନିର୍ବାଚନ ଜିତେ ନାହିଁ। ବରଂ ନିର୍ବାଚନକୁ ଚୋରି କରିଥାଏ। ପୂରା ଦେଶ ବିଜେପି କେମିତି ଚୋରି କରିଥାଏ ତା’ର ପ୍ରମାଣ ଓ ଭିଡିଓ ଦେଖିଛି। ଚଣ୍ଡିଗଡ଼ ମେୟର ଭଳି ଛୋଟିଆ ନିର୍ବାଚନ ଦ୍ୱାରା ଭଗବାନ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣ ପୂରା ସୃଷ୍ଟିକୁ ଅର୍ଜୁନଙ୍କ ଦ୍ୱାରା ଜଣାଇବାକୁ ଚାହିଁଛନ୍ତି ଯେ ଯେତେବେଳେ ପୃଥିବୀରେ ଯେତେବେଳେ ଧର୍ମ ଧ୍ୱଂସ ହୋଇଯିବ, ଅନ୍ୟାୟ ଓ ଅଧର୍ମ ବଢ଼ିବ ସେତେବେଳେ ମୁଁ ଜନ୍ମ ନେବି ଓ ଅବତର ଗ୍ରହଣ କରିବି।”

ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ କେଜ୍ରିୱାଲ କହିଥିଲେ ଯେ ଏହା ଇଣ୍ଡିଆ ମେଣ୍ଟର ବଡ଼ ବିଜୟ। ଏକତା ଦ୍ୱାରା ବିଜେପିକୁ ହରାଇବା ସମ୍ଭବ।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe