Advertisment

ଇସ୍ରାଏଲ-ହମାସ ଯୁଦ୍ଧ: ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଲେ ମୋଦି

ଯଶଭୂମିରେ ଆୟୋଜିତ ୯ମ ପି୨୦ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ମହାକୁମ୍ଭର ଆଖ୍ୟା ଦେଇଛନ୍ତି।

PM Modi

PM Modi

Advertisment

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତି ବିରୋଧୀ। ଏହା ଶାନ୍ତି ଓ ଭାଇଚାରାର ସମୟ। ଏହାଦ୍ୱାରା ଏକାଠି ଚାଲିବା ବେଳେ ସମସ୍ତେ ଆଗକୁ ଯିବାକୁ ସକ୍ଷମ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ଯଶଭୂମିରେ ଆୟୋଜିତ ୯ମ ପି୨୦ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ମହାକୁମ୍ଭର ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, “ଆମେ ଭାରତରେ ୯ମ ପି୨୦ ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଥିବାରୁ ଆମେ କୃତଜ୍ଞ।

ଆମେ ଏମିତି ଏକ ଦେଶର ପ୍ରତିନିଧିତ୍ୱ କରୁଛି, ଯିଏ ଗଣତନ୍ତ୍ରର ମା’। ଏଥିସହ ଏହା ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସଂସଦ କିମ୍ବା ବିଧାନସଭା ହେଉଛି ଆଲୋଚନା ଓ ବିତର୍କ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହାର ମହତ୍ତ୍ୱକୁ ସମସ୍ତେ ମନେ ରଖିବା ଉଚିତ।”

Advertisment

ପି୨୦ କାର୍ଯ୍ୟକ୍ରମରେ ଜି-୨୦ ଦେଶଗୁଡ଼ିକୁ ଅଧିକାରୀମାନେ ଯୋଗ ଦେଇଥିଲେ। କେବଳ କାନାଡା ଏହାକୁ ବୟକଟ କରିଥିଲା। ଏବେ କାନାଡା ଓ ଭାରତ ମଧ୍ୟରେ ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ବିବାଦ ଚାଲିଛି। ଏଥିପାଇଁ ସମ୍ଭବତଃ କାନାହା ପି-୨୦ ପାଇଁ ଭାରତ ଆସି ନାହିଁ। ବୈଠକରେ ସବୁ ଦେଶର ନେତା ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶନିବାର ଭୋର ସମୟରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଥିଲେ। ଏହାପରେ ଇସ୍ରାଏଳ ରକ୍ତମୁଖା ହୋଇ ଉଠିଛି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଘନନ ବୋମା ମାଡ଼ କରି ଚାଲିଛି।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe