Advertisment

ନଗର ବିଜେଡି ସଭାପତି ପଦରୁ ହଟିଲେ ବିଧାୟକଙ୍କ ଖାସ ଲୋକ; ଏଣ୍ଟ୍ରି କଲେ ପି. ସଞ୍ଜୀବ କୁମାର

ହଠାତ୍ ନଗର ସଭାପତି ପରିବର୍ତ୍ତନ ହେବା ନେଇ ଜି.ଉଦୟଗିରି ବିଜେଡି ନେତାଓ କର୍ମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଲାଗି ରହିଛି।

ଅଦ୍ୟତନ ହୋଇଛି
P. Sanjeev Kumar Patra

P. Sanjeev Kumar Patra

Advertisment

ଜି.ଉଦୟଗିରି ଏନଏସି ନଗର ବିଜେଡି ସଭାପତି ପଦରୁ ଓଡ଼ିଶା ଵିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ଖାସ ଅନୁଗତ କୁହାଯାଉଥିବା ଗୋପାଳ କୃଷ୍ଣ ମହାପାତ୍ରଙ୍କୁ ହଟାଇ ଦିଆଯାଇଛି। ଆଉ ତାଙ୍କ ସ୍ଥାନରେ ନୂତନ ସଭାପତି ଭାବେ ପୂର୍ବତନ ଏନଏସି ଅଧ୍ୟକ୍ଷ ତଥା ୫ ନମ୍ବର ୱାର୍ଡର କାଉନସିଲର ପି.ସଞ୍ଜୀବ କୁମାର ପାତ୍ରଙ୍କୁ ଦଳ ଦାୟିତ୍ୱ ଦେଇଛି। ଏନେଇ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।

Advertisment

ହଠାତ୍ ନଗର ସଭାପତି ପରିବର୍ତ୍ତନ ହେବା ନେଇ ଜି.ଉଦୟଗିରି ବିଜେଡି ନେତାଓ କର୍ମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଲାଗି ରହିଛି। କାହିଁକି ଓ କେଉଁ କାରଣ ଯୋଗୁ ଗୋପାଳ କୃଷ୍ଣ ମହାପାତ୍ରଙ୍କୁ ହଟା ଯାଇ ପି. ସଂଜୀବ କୁମାର ପାତ୍ରଙ୍କୁ ସଭାପତି କରାଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପି.ସଂଜୀବ କୁମାର ପାତ୍ର ନଗର ସଭାପତି ହେବା ପରେ ଦଳର ଏକ ଗୋଷ୍ଠୀ ଖୁସି ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଅସନ୍ତୋଷ ଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ, ଦଳୀୟ ବିଶୃଙ୍ଖଳା ଆଚରଣ ଯୋଗୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ପି.ସଂଜୀବ କୁମାର ପାତ୍ର। ପରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ତତ୍କାଳୀନ ଏନଏସି ଚେୟାରମ୍ୟାନ ଭାନୁପ୍ରଭା ମିଶ୍ରଙ୍କ ପରଲୋକ ଘଟିବା ପରେ ଜି ଉଦୟଗିରିରେ ଉପ ନିର୍ବାଚନ ହୋଇଥିଲା। ଭାନୁପ୍ରଭାଙ୍କ ଝିଅଙ୍କୁ ବିଜେଡିରୁ ପ୍ରାର୍ଥୀ କରିଥିଲା। ସେହି ସମୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ପି.ସଂଜୀବଙ୍କ ଉପରୁ ଦଳ ନିଲମ୍ବନ ପ୍ରତ୍ୟାହାର କରିଥିଲା। କାରଣ ସେହି ଅଞ୍ଚଳରେ ପି.ସଂଜୀବଙ୍କର ଅଧିକ ଦବଦବା ରହିଥିଲା। ପି.ସଂଜୀବ କୁମାର ପାତ୍ରଙ୍କ ଗୋଟି ଚାଳନାରେ ଦଳ ମଧ୍ୟ ଏନଏସି ଚେୟାରମ୍ୟାନ ପଦ ହାସଲ କରିଥିଲା। ସେହି ଦିନ ଠାରୁ ଦଳ ସଂଜୀବ ପାତ୍ରଙ୍କ ଉପରେ ଭରସା କରିଥିଲା। ଆଉ ଏବେ ଦଳ ତାଙ୍କୁ ବିଜେଡି ନଗର ସଭାପତି କରିବା ପରେ ଜି. ଉଦୟଗିରିରେ ବିଜେଡିର ସଙ୍ଗଠନ ଶକ୍ତିଶାଳୀ ହେବ ବୋଲି ତାଙ୍କର ସମର୍ଥକମାନେ କହୁଥିବା ଜଣାଯାଇଛି। 

Advertisment
BjD G Udayagiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe