Advertisment

ଭେଟ୍‌ଘାଟ ପରେ BJPରେ ମିଶିବା ନେଇ ଇସାରା ଦେଲେ ପ୍ରଦୀପ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ସେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେଡିରୁ ବହିଷ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବଢ଼ୁଛି ସସ୍‌ପେନ୍ସ। ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ? ତାକୁ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାହା ହେଲେ କେଉଁ ଦଳରୁ ଲଢ଼ିବେ? ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପିରେ ମିଶିବା ନେଇ ସେ ଆଜି ଇସାରା ଦେଇଛନ୍ତି। ସେପଟେ ତାଙ୍କୁ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ ଭେଟିଛନ୍ତି।

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ସେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ମନମୋହନ ଭେଟି ଆଲୋଚନା ହେଉଛି।

ସେପଟେ ଭେଟ୍‌ଘାଟ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ବିଧାୟକ ଅଛି। ମୋ ନିର୍ବାଚନମଣ୍ଡଳୀର ମୋ ପଞ୍ଚାୟତରେ ମୋ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ସଭା କରୁଛନ୍ତି। ଆଉ ଏପାଖରେ ମୋ ଭେଟ୍‌ଘାଟକୁ ନେଇ ଆପଣ ଯାହା ବୁଝି ପାରୁଥିବେ? ସମୟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ। ଦଶବାର ଦିନରେ ସବୁକିଛି କ୍ଲିୟର୍‌ ହୋଇଯିବ ବୋଲି ପ୍ରଦୀପ କହିଛନ୍ତି।

Advertisment

ବିଜେଡି ଓ ବିଜେପି ମେଣ୍ଟ ନେଇ ବିରୋଧୀଙ୍କ ଆରୋପ ନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆତ୍ମସମର୍ପଣ କରିଥିବା ଦଳର କୌଣସି ମୂଲ୍ୟ ନାହିଁ। ବିଜେଡି ୨୦୧୪ଠାରୁ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛି। ସେମାନେ କେନ୍ଦ୍ରର ନିର୍ଦ୍ଦେଶକୁ କେବଳ ପାଳନ କରୁଛନ୍ତି। ବିଜେଡିରେ ବର୍ତ୍ତମାନ କିଛି ନାହିଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଥର ରାଜ୍ୟରେ ପରିବର୍ତ୍ତନ କରିବା। ଥରେ ଗେରୁଆକୁ ସୁଯୋଗ ଦେବା। ପୂର୍ବରୁ ଧଳା, ସବୁଜ ଦେଖିଛେ, ଆଗକୁ ଗେରୁଆ ଦେଖିବା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

BjD Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe