Advertisment

‘ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରଦୀପଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର।” ପାଠକ ବାପ-ପୁଅଙ୍କ ପାଇଁ ଓକିଲାତିନାମା ଦାଖଲ ଅବସରରେ ଏହି କଥା କହିଛନ୍ତି ସୁଜାତା ପାଣିଗ୍ରାହୀ। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ହେଉଛନ୍ତି ସୁଜାତା ପାଣିଗ୍ରାହୀ। ସୁଜାତା କହିଛନ୍ତି-“ଆମ ପରିବାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଅଭୟକାନ୍ତ ପାଠକଙ୍କ ଆକାଉଣ୍ଟକୁ ପ୍ରଦୀପଙ୍କ ଆକାଉଣ୍ଟରୁ ଜମାରୁ ଟଙ୍କା ଯାଇନି। ବାହାଘର ଠିକ୍‌ ହୋଇଥିବାରୁ କେବଳ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି।” ସେ ଆହୁରି […]

ଅଦ୍ୟତନ ହୋଇଛି
‘ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରଦୀପଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର’

naveen-and-pradeep

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର।” ପାଠକ ବାପ-ପୁଅଙ୍କ ପାଇଁ ଓକିଲାତିନାମା ଦାଖଲ ଅବସରରେ ଏହି କଥା କହିଛନ୍ତି ସୁଜାତା ପାଣିଗ୍ରାହୀ। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ହେଉଛନ୍ତି ସୁଜାତା ପାଣିଗ୍ରାହୀ।

Advertisment

ସୁଜାତା କହିଛନ୍ତି-“ଆମ ପରିବାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଅଭୟକାନ୍ତ ପାଠକଙ୍କ ଆକାଉଣ୍ଟକୁ ପ୍ରଦୀପଙ୍କ ଆକାଉଣ୍ଟରୁ ଜମାରୁ ଟଙ୍କା ଯାଇନି। ବାହାଘର ଠିକ୍‌ ହୋଇଥିବାରୁ କେବଳ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି।”

ସେ ଆହୁରି କହିଛନ୍ତି-“ଜନବିରୋଧୀ କାର୍ଯ୍ୟ କଣ ଆଜି ପର୍ଯ୍ୟନ୍ତ ତା’ର ପ୍ରମାଣ ଦେଇପାରିଲେନି। ଗଞ୍ଜାମରେ ଯେତେ ଉନ୍ନୟନ ମୂଳକ କାମ ହୋଇଛି, ସେସବୁ କଣ ଜନ ବିରୋଧୀ? ୨୦ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ପ୍ରଦୀପଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର।”

Advertisment

IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ରିମାଣ୍ଡରେ ନେବ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୁଲିସ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି SDJM କୋର୍ଟ। ଅଭୟ ଗୋଟିଏ ଓ ଆକାଶ ୨ଟି ମାମଲାରେ ରିମାଣ୍ଡରେ ଯିବେ। ପୂର୍ବରୁ ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ଠକେଇ ମାମଲାରେ ୨ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିଥିଲା। ହେଲେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଦିନକ ପାଇଁ ଅନୁମତି ଦେଇଛନ୍ତି।

ଆଜି ପାଠକ ବାପ-ପୁଅଙ୍କୁ ୨ଟି ସ୍ୱତନ୍ତ୍ର ଏସ୍କର୍ଟ ଗାଡିରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ବାହାରିବା ବେଳେ ପାଠକ ବାପ-ପୁଅ, ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଆଜି କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଆକାଶଙ୍କ ପାଇଁ କୋର୍ଟରେ ୱାକଲତନାମା ଦାଏର କରିଥିଲେ।

Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe